ଝାଡ଼ଖଣ୍ଡ: ଲୋହରଦଗା ଜିଲ୍ଲାରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ଦୁଇ ପୁଲିସ କର୍ମଚାରୀ ଆହତ

ଝାଡ଼ଖଣ୍ଡ: ଲୋହରଦଗା ଜିଲ୍ଲାରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ଦୁଇ ପୁଲିସ କର୍ମଚାରୀ ଆହତ

Image Courtesy of India Today

ରାଞ୍ଚି: ଶୁକ୍ରବାର ଦିନ ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାରେ ନିଷିଦ୍ଧ ଘୋଷିତ ‘ସିପିଆଇ’(ମାଓବାଦୀ) କର୍ମୀଙ୍କ ‘ଆଇଇଡି’ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ପୁଲିସର ଦୁଇଜଣ କନେଷ୍ଟବଳ ଆହତ ହୋଇଥିବା କଥା ପୁଲିସ କହିଛି।

ଶଶୀଘାଟ ଅଞ୍ଚଳରେ ସାତଜଣିଆ ପୁଲିସ ପାର୍ଟି ଗୋଟାଏ ଗାଡ଼ି ତଲାସ କରୁଥିବା ବେଳେ ଘଟଣାଟି ଘଟିଥିଲା। ମାଓବାଦୀମାନେ ପ୍ରଥମେ ‘ଆଇଇଡି’ ବିସ୍ଫୋରଣ କରିବା ପରେ ଗୁଳି ବର୍ଷଣ କରିଥିଲେ। ପୁଲିସ କହିବା ଅନୁସାରେ, ପାଖରେ ଥିବା ଏକ ପାହାଡ଼ ଉପରୁ ମାଓବାଦୀମାନେ ‘ହ୍ୟାଣ୍ଡ୍‌ ଗ୍ରେନେଡ୍‌’ ମଧ୍ୟ ଫିଙ୍ଗିଥିଲେ।

ପୁଲିସ ସହ ମୁତୟନ ହୋଇଥିବା ‘ସିଆର୍‌ପି’ କର୍ମଚାରୀମାନେ ପାଲଟା ଗୁଳି ଚଳାଇବାରୁ ମାଓବାଦୀମାନେ ଘଞ୍ଚ ଅରଣ୍ୟ ମଧ୍ୟକୁ ଚାଲିଯାଇଥିଲେ।

publive-image Image Courtesy of Latestly

‘ଆଇଇଡି’ ବିସ୍ଫୋରଣରେ କନେଷ୍ଟବଳ ଅଞ୍ଜନୀ କୁମାରଙ୍କର ଛାତିରେ ଏବଂ କନେଷ୍ଟବଳ ଉପେନ୍ଦ୍ର ସିଂହଙ୍କ ଅଣ୍ଟାଠୁ ତଳକୁ ଆଘାତ ଲାଗିଛି। ଉତ୍ତମ ଡାକ୍ତରୀ ଚିକିତ୍ସା ନିମନ୍ତେ ବିମାନ ଯୋଗେ ରାଞ୍ଚି ନିଆଯାଇଥିବା ଉଭୟ ପୁଲିସ କର୍ମଚାରୀ ଏବେ ବିପଦମୁକ୍ତ ବୋଲି ଜଣାପଡ଼ିଛି।

ଲୋହରଦଗା ଏସ୍‌ପି ପ୍ରିୟଙ୍କା ମୀନା କହିଛନ୍ତି ଯେ, କନେଷ୍ଟବଳମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ନେବା ପାଇଁ ମାଓବାଦୀମାନେ ଆକ୍ରମଣ କରିଥିବା ମନେହେଉଛି।

ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ପୁଲିସ ବଳ ଓ ‘ସିଆର୍‌ପିଏଫ୍’ କର୍ମଚାରୀ ମୁତୟନ କରାଯାଇ ତଲାସ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe