ଜିଲ୍ ବାଇଡେନଙ୍କ ନିମନ୍ତ୍ରଣ: ହ୍ବାଇଟ ହାଉସ୍ ଯିବେ ନାହିଁ ମେଲାନିଆ!

Advertisment

ଆମେରିକାର ରାଷ୍ଟ୍ରପତି ଭବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ହ୍ବାଇଟ ହାଉସ୍‌ରେ ଆୟୋଜିତ ବୈଠକରେ ଯୋଗଦେବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ମେଲାନିଆଙ୍କୁ ଜିଲ୍ ବାଇଡେନ ନିମନ୍ତ୍ରଣ କରିଛନ୍ତି। ତେବେ ମେଲାନିଆ ଏଥିରେ ଯୋଗଦେବେ ବୋଲି ଆଶା କରାଯାଉନାହିଁ...

ଆମେରିକାର ରାଷ୍ଟ୍ରପତି ଭବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ହ୍ବାଇଟ ହାଉସ୍‌ରେ ଆୟୋଜିତ ବୈଠକରେ ଯୋଗଦେବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ମେଲାନିଆଙ୍କୁ ଜିଲ୍ ବାଇଡେନ ନିମନ୍ତ୍ରଣ କରିଛନ୍ତି। ତେବେ ମେଲାନିଆ ଏଥିରେ ଯୋଗଦେବେ ବୋଲି ଆଶା କରାଯାଉନାହିଁ...

9amnzxpq

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ପ୍ରାୟ ୬୮ ଦିନ ବାକି ଅଛି। ଜାନୁଆରୀ ୨୦ରେ  ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସହିତ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବ। ଏହାପୂର୍ବରୁ ହ୍ବାଇଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହେବ।

ଏଥିରେ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ମଧ୍ୟ ଉପସ୍ଥିତ ରହିବେ। ତେବେ ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଆମେରିକାର ପୂର୍ବତନ ପ୍ରଥମ ଲେଡି ତଥା  ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ  ଏହି ପାରମ୍ପରିକ ହ୍ବାଇଟ ହାଉସର ବୈଠକରେ ଯୋଗଦେବେ ନାହିଁ।

ଗତ ସପ୍ତାହରେ ଜିଲ ବାଇଡେନ ଏନେଇ ମେଲାନିଆ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବାଇଡେନ ଟ୍ରମ୍ପଙ୍କୁ ଓଭାଲ ଅଫିସକୁ ନିମନ୍ତ୍ରଣ କରିଥିଲେ। ପରମ୍ପରା ଅନୁଯାୟୀ ଜିଲ୍ ବାଇଡେନ ଗତ ସପ୍ତାହରେ ମେଲାନିଆ ଟ୍ରମ୍ପଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ।

ଏହାକୁ ଆମେରିକାରେ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତାର ସ୍ଥାନାନ୍ତରର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ। କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ ଭେଟ ହେବାର କାର୍ଯ୍ୟକ୍ରମ ରହିଛି।

ବର୍ତ୍ତମାନର ଫାଷ୍ଟ ଲେଡି ହ୍ବାଇଟ ହାଉସ୍‌ରେ ଭବିଷ୍ୟତର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ପରମ୍ପରା ୨୦୧୬ରେ ମଧ୍ୟ ପାଳନ କରାଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ତତ୍କାଳୀନ ପ୍ରଥମ ଲେଡି ମିସେଲ ଓବାମା ହ୍ବାଇଟ ହାଉସର ହଳଦିଆ ଓଭାଲ ରୁମରେ ମେଲାନିଆ ଟ୍ରମ୍ପଙ୍କୁ ଚା ’ପାଇଁ ଆମନ୍ତ୍ରଣ କରିଥିଲେ। ମିସେଲ ମଧ୍ୟ ମେଲାନିଆଙ୍କ ବ୍ୟକ୍ତିଗତ ବାସଭବନ ପରିଦର୍ଶନ କରିଥିଲେ।

ଏହି ପାରମ୍ପରିକ କାର୍ଯ୍ୟକ୍ରମ ୨୦୨୦ରେ ହୋଇ ନ ଥିଲା। ଫଳାଫଳ ଘୋଷଣା ପରେ କ୍ୟାପିଟାଲ ହିଲ୍ ହିଂସା ଯୋଗୁ  ରାଷ୍ଟ୍ରପତି ନିର୍ବାଚନକୁ ଏକ ଅନ୍ଧକାର ଅଧ୍ୟାୟ ବୋଲି କୁହାଯାଇଥିଲା।

ଅଧିକ ପଢ଼ନ୍ତୁ: କାର୍ ଧକ୍କାରେ ୩୫ ମୃତ, ୪୩ ଆହତ: କଠୋର ଦଣ୍ଡ ପାଇଁ ଜିନପିଙ୍ଗ୍‌ଙ୍କ ନିର୍ଦ୍ଦେଶ

ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ୫୦.୩ ପ୍ରତିଶତ ଭୋଟ୍ ପାଇ ମୋଟ ୩୧୨ ଭୋଟ୍‌ ପାଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ତଥା ଭାରତୀୟ ମୂଳ ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସ୍ ମାତ୍ର ୨୨୬ ଇଲେକ୍ଟୋରାଲ୍ କଲେଜ୍ ଭୋଟ୍  ସହିତ ୪୮.୧ ପ୍ରତିଶତ ଭୋଟ୍ ପାଇଛନ୍ତି। ଭୋଟ୍ ସଂଖ୍ୟା ଦୃଷ୍ଟିରୁ ଟ୍ରମ୍ପ ମୋଟ ୭.୫୧ କୋଟିରୁ ଅଧିକ ଭୋଟ୍ ପାଇଛନ୍ତି। କମଲା ହାରିସ୍ ୭.୧୮ କୋଟିରୁ ଅଧିକ ଭୋଟ୍ ପାଇଛନ୍ତି।

ଅଧିକ ପଢ଼ନ୍ତୁ: କମଲା ହାରିସ୍ ରାଷ୍ଟ୍ରପତି ହୁଅନ୍ତୁ: ଆମେରିକାରେ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe