ଓଲିଙ୍କ ଟିପ୍ପଣୀରେ ଜିନ୍‌ପିଙ୍ଗ୍‌ ଖୁସ୍ : ଭାରତ ବିରୋଧରେ ଲଗାତାର ବିଷ ଓଗାଳୁଛନ୍ତି

Advertisment
ଓଲିଙ୍କ ଟିପ୍ପଣୀରେ ଜିନ୍‌ପିଙ୍ଗ୍‌ ଖୁସ୍ : ଭାରତ ବିରୋଧରେ ଲଗାତାର ବିଷ ଓଗାଳୁଛନ୍ତି

nepalforeignaffairs

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ନିଜର ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବେଜିଂ ପ୍ରଶାସନର ବିଶ୍ବାସ ଭାଜନ ହେବାରେ ଲାଗିଛନ୍ତି। କିଛି ମାସ ତଳେ ଓଲି ପ୍ରଥମେ ଦେଶର ଏକ ନୂତନ ମାନଚ୍ଚିତ୍ର ଜାରି କରି ଭାରତ ସହ ସୀମା ବିବାଦକୁ ଆହ୍ବାନ କରିଥିଲେ ଯାହା କି ଚୀନ୍‌ ଜିନ୍‌ ପିଙ୍ଗ୍‌ ସରକାରଙ୍କୁ ପରୋକ୍ଷରେ ଆମୋଦିତ କରିଥିଲା। ସେହିପରି ମହାମାରୀ କୋଭିଡ୍‌ ସଂକ୍ରମଣର ବ୍ୟାପକତା ପରିପ୍ରେକ୍ଷୀରେ ଭାରତରୁ ଆସିଥିବା ସାର୍ସ୍-କୋଭ୍-୨ ଭୂତାଣୁ ଚୀନ୍ କିମ୍ବା ଇଟାଲିରୁ ଆସିଥିବା ଭୂତାଣୁ ଠାରୁ ସାଂଘାତିକ ଭାବେ ବିପଜ୍ଜନକ ବୋଲି ଓଲିଙ୍କ ଟିପ୍ପଣୀ ମଧ୍ୟ ଚୀନ୍‌କୁ ଅନେକାଂଶରେ ଆଶ୍ବସ୍ତ କରିଥିଲା। ଅପରପକ୍ଷେ, ତାଙ୍କ ସରକାରକୁ ଭାଙ୍ଗିବା ଲାଗି ଭାରତ ମସୁଧା ଚଳାଇଛି ବୋଲି ଓଲି ଆକ୍ଷେପ କରିବା ଘଟଣା ମଧ୍ୟ ଚୀନୀ ପ୍ରତିପକ୍ଷଙ୍କୁ ଖୁସି କରିଥିଲା। ଏଥି ସହିତ ନିକଟରେ ପ୍ରଭୁ ଶ୍ରୀରାମ ଏବଂ ତାଙ୍କ ଜନ୍ମଭୂମି ଅଯୋଧ୍ୟା ସମ୍ପର୍କରେ ବିଭ୍ରାନ୍ତିକର ଟିପ୍ପଣୀ ଦେଇ ନେପାଳୀ ସଂସ୍କୃତିର ଜବରଦଖଲ କରିବାକୁ ଭାରତ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣିବା ଘଟଣା ଚୀନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଉତ୍ସାହିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe