ବିଦେଶରେ ଥିବା ବେଳେ ରାହୁଲ୍‌ଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି: ରାହୁଲ୍‌ଙ୍କୁ ବିଦ୍ରୂପ କରି କହିଲା ‘ବିଜେପି’

ବିଦେଶରେ ଥିବା ବେଳେ ରାହୁଲ୍‌ଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି: ରାହୁଲ୍‌ଙ୍କୁ ବିଦ୍ରୂପ କରି କହିଲା ‘ବିଜେପି’

Image Courtesy of India Today

ନୂଆଦିଲ୍ଲୀ: ବିଦେଶରେ ଥିବା ବେଳେ ରାହୁଲ୍‌ ଗାନ୍ଧୀଙ୍କ ଦେହରେ ଜିନ୍ନାଙ୍କ ଆତ୍ମା ପ୍ରବେଶ କରୁଛି ବୋଲି ଆମେରିକାରେ ଦେଇଥିବା ଭାଷଣ ପାଇଁ ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ଆଜି ବରିଷ୍ଠ ‘ବିଜେପି’ ନେତା ମୁକ୍ତାର ଆବ୍‌ବାସ୍‌ ନକ୍‌ୱି କହିଛନ୍ତି।

ସୂଚନାଯୋଗ୍ୟ, କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ବିଜେପି’ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ସରକାର ଦେଶର ତଦନ୍ତକାରୀ ଏଜେନ୍‌ସିମାନଙ୍କର ଅପବ୍ୟବହାର କରି ଲୋକମାନଙ୍କୁ ଭୟଭୀତ କରାଉଛନ୍ତି।

ରାହୁଲ୍‌ଙ୍କ ଉଦ୍‌ବୋଧନ ପ୍ରତି ପ୍ରତିକ୍ରିୟା ପ୍ରକାଶ କରି ‘ବିଜେପି’ ନେତା ମୁକ୍ତାର କହିଛନ୍ତି, ବିଦେଶରେ ଥିବା ବେଳେ ରାହୁଲ୍‌ ଗାନ୍ଧୀଙ୍କ ଦେହକୁ ଜିନ୍ନାଙ୍କ ଆତ୍ମା କିଂବା ‘ଅଲ୍‌-କାଏଦା’ ଲୋକଙ୍କ ଚିନ୍ତାଧାରା ପରି ଚିନ୍ତାଧାର ପ୍ରବେଶ କରୁଛି। ସେ ଭାରତକୁ ଆସି ଜଣେ ଭଲ ଗୁଣିଆ ଦେଖି ଭୂତ ଛଡ଼ାନ୍ତୁ ବୋଲି ମୁଁ ପ୍ରସ୍ତାବ ଦେଉଛି।

ସେହିପରି, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଲଣ୍ଡନ ଓ ଆମେରିକାରୁ ସେ ମୋଦୀଙ୍କ ବିରୋଧରେ କହୁଛନ୍ତି। ସତ୍‌ସାହସ ଥିଲେ ଆପଣ ସେଠାରେ ଥିବା ଭାରତୀୟମାନଙ୍କ ପଚାରନ୍ତୁ। କଂଗ୍ରେସ ସରକାର ଥିଲା ବେଳେ ଭାରତୀୟମାନେ ଅପମାନ ପାଉଥିବା ବେଳେ ମୋଦୀ ସରକାରଙ୍କ ଅମଳରେ ଭାରତ ଓ ଭାରତୀୟମାନେ ସମ୍ମାନ ପାଉଛନ୍ତି। ଏହା ହିଁ ହେଉଛି ଉତ୍ତମ ଶାସନର ନିଦର୍ଶନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe