ଜିନ୍‌ପିଙ୍ଗ୍‌ଙ୍କ ୬୬ତମ ଜନ୍ମଦିନ, ଆଇସ୍‌କ୍ରିମ୍‌ ଉପହାର ଦେଲେ ପୁଟିନ୍‌

Advertisment
ଜିନ୍‌ପିଙ୍ଗ୍‌ଙ୍କ ୬୬ତମ ଜନ୍ମଦିନ, ଆଇସ୍‌କ୍ରିମ୍‌ ଉପହାର ଦେଲେ ପୁଟିନ୍‌

ଦୁସାମ୍ବେ (ତାଜିକ୍‌ସ୍ତାନ୍‌): ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ୬୬ତମ ଜନ୍ମଦିବସରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୋଟିଏ ବକ୍ସରେ ଆଇସ୍‌କ୍ରିମ୍‌ ଉପହାର ଦେଇଛନ୍ତି। ସିଆଇସିଏର ଶିଖର ସମ୍ମିଳନୀ ପାଇଁ ଜି ଶନିବାର ଦିନ ତାଜ୍‌କିସ୍ତାନ୍‌ରେ ଉପସ୍ଥିତ ଥିବା ବେଳେ ସେଠାରେ ସ୍ବତନ୍ତ୍ର ଭାବେ ଜିନ୍‌ପିଙ୍ଗ୍‌ଙ୍କ ଜନ୍ମଦିନ ପାଳନ ହୋଇଥିଲା। ଏହି ଅବସରରେ ଉପସ୍ଥିତ ପୁଟିନ୍‌ ଜି’ଙ୍କୁ କହିଥିଲେ- ଆପଣଙ୍କ ଜନ୍ମଦିନ ସୁଖମୟ ହେଉ, ଆପଣଙ୍କ ପରି ବନ୍ଧୁ ପାଇ ମୁଁ ଆନନ୍ଦିତ। ସିଆଇସିଏର ପଞ୍ଚମ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଦୁଇ ନେତା ତାଜିକ୍‌ ରାଜଧାନୀ ଦୁସାମ୍ବେଠାରେ ମିଳିତ ହୋଇଥିଲେ। ଇରାନ୍‌ ଏବଂ କତାର ସମେତ ୨୭ଟି ଦେଶର ପ୍ରତିନିଧି ଦଳ ଏଥିରେ ଏକତ୍ର ହୋଇଥିଲେ। ଗତ ସପ୍ତାହରେ ଜି ପୁଟିନ୍‌ଙ୍କୁ ଭେଟିବାକୁ ତିନି ଦିନିଆ ରୁଷ୍‌ ଗସ୍ତରେ ଯାଇଥିବା ବେଳେ ପୁଟିନ୍‌ଙ୍କୁ ‘ପରମ ମିତ୍ର’ ବୋଲି କହିଥିଲେ। ଆଇସ୍‌କ୍ରିମ୍‌ ଉପହାର ଦେଇ ପୁଟିନ୍‌ କହିଲେ, ‘ଆମ୍ଭେ ଆପଣଙ୍କ ପାଇଁ ଉତ୍ତମ ଉପହାର ନେଇ ଆସିଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe