ଅଧିକ ସନ୍ତାନ ଜନ୍ମ ପାଇଁ ଜିନପିଙ୍ଗଙ୍କ ସରକାରଙ୍କ ନୂଆ ଫର୍ମୁଲା

ଚୀନ୍‌ର ଜନସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି। ଏହାକୁ ବୃଦ୍ଧି କରିବା ପାଇଁ, ଜିନପିଙ୍ଗ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜିନପିଙ୍ଗଙ୍କ ସରକାର ଏବେ ଚୀନ୍‌ରେ ପିଲାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବୀମା ମାଗଣା କରିବାକୁ ପ୍ରସ୍ତୁତି କରୁଛନ୍ତି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଏକ ପ୍ରସ୍ତାବ ଅଣାଯିବ...

Jinping's government's new formula for having more children

Jinping's government's new formula for having more children Photograph: (sambad.in)

ବେଜିଂ: ଚୀନ୍‌ ଏବେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଚିନ୍ତିତ। ସରକାର ପିଲାମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି, କିନ୍ତୁ ତାଙ୍କୁ ସଫଳତା ମିଳୁନାହିଁ। ଏବେ ଖବର ଆସିଛି ଯେ, ଚୀନ୍ ସରକାର ଏପରି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା ପିଲାଙ୍କ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିବ। ସି ଜିନପିଙ୍ଗଙ୍କ ସରକାର ଖୁବ୍ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଚୀନ୍ ସରକାର ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରି-ସ୍କୁଲ୍ ସେବା ମାଗଣା କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନେ ଚୀନ୍ ସ୍କୁଲରେ ମାଗଣାରେ ପଢ଼ିପାରିବେ। ସରକାର ପିଲାମାନଙ୍କଠାରୁ କୌଣସି ଫି ନେବେ ନାହିଁ।

ପୂର୍ବରୁ ମାଗଣା ଶିକ୍ଷା ପାଇଁ ୯ ବର୍ଷର ଯୋଜନା ଥିଲା। କେବଳ ୯ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯାଉଥିଲା।

ରିପୋର୍ଟରେ କୁହାଯାଇଛି ଯେ, ସରକାର ପ୍ରଥମ ତିନି ବର୍ଷ ପାଇଁ ସମସ୍ତ ପିଲାଙ୍କୁ ମାଗଣା ବୀମା ମଧ୍ୟ ପ୍ରଦାନ କରିବେ। ଯାହା ଦ୍ଵାରା ପିତାମାତାଙ୍କୁ ଶିଶୁ ଯତ୍ନ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ଏବଂ ପିତାମାତାମାନେ ସନ୍ତାନ ଜନ୍ମ କରିବାକୁ ସଂକୋଚ କରିବେ ନାହିଁ।

ସରକାର ମଧ୍ୟ ସୂଚିତ କରିଛନ୍ତି ଯେ, ଗ୍ରାମାଞ୍ଚଳରେ ମାଗଣା ଶିକ୍ଷା ପ୍ରଦାନ ପାଇଁ ବୟସ ବୃଦ୍ଧି କରାଯିବ। ଚୀନ୍ ସରକାର ଗ୍ରାମାଞ୍ଚଳରେ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବେ।

ଚୀନ୍ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେଉଛି। ଚୀନ୍ ଗଣମାଧ୍ୟମ ଅନୁଯାୟୀ, ୨୦୨୪ ମସିହାରେ ଲଗାତାର ତୃତୀୟ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି। ୨୦୨୪ ମସିହାରେ ଚୀନ୍‌ର ଜନସଂଖ୍ୟା ୧୩ ଲକ୍ଷ ହ୍ରାସ ପାଇଥିଲା। ଏହା ଯୋଗୁ  ସରକାର ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ଚୀନ୍‌ର ଜନସଂଖ୍ୟା ପ୍ରାୟ ୧୪୦ କୋଟି। ଜନସଂଖ୍ୟା ଦୃଷ୍ଟିରୁ ଚୀନ୍ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ।

ଅଧିକ ପଢ଼ନ୍ତୁ: ଘରୋଇ ଗଣ୍ଡଗୋଳ କାରଣରୁ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ

ଚୀନ୍‌ର ଜିନପିଙ୍ଗ ସରକାର ଭୟ କରୁଛନ୍ତି ଯେ, ଆଗାମୀ ଦିନରେ ଚୀନ୍‌ରେ ଅନ୍ୟ ଦେଶ ତୁଳନାରେ ଯୁବକଙ୍କ ସଂଖ୍ୟା ହ୍ରାସ ପାଇପାରେ। ଏହାକୁ ଧ୍ୟାନରେ ରଖି, ଚୀନ୍ ଜନସଂଖ୍ୟା ବୃଦ୍ଧି ପାଇଁ ନିରନ୍ତର ଏକ ଫର୍ମୁଲା ବିକଶିତ କରୁଛି।

୨୦୨୩ ମସିହାରେ, ଚୀନ୍ ଜନସଂଖ୍ୟା ଦୃଷ୍ଟିରୁ ଭାରତର ପଛରେ ରହିଥିଲା। ଭାରତର ଜନସଂଖ୍ୟା ପ୍ରାୟ ୧୪୨ କୋଟି। ଭାରତର ଜନସଂଖ୍ୟା ଚୀନ୍ ଅପେକ୍ଷା ପ୍ରାୟ ୨ କୋଟି ଅଧିକ

ଅଧିକ ପଢ଼ନ୍ତୁ: ମା’ ରୁଦ୍ରକାଳୀଙ୍କ ନୂତନ ମନ୍ଦିର ରତ୍ନ ଗର୍ଭ ମୁଦ ପ୍ରତିଷ୍ଠା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe