ସ୍ୱାଧୀନତା ଦିବସରେ ଜିଓ ଆରମ୍ଭ କରିପାରେ ୫ଜି ସେବା

Advertisment
୫ଜି ସ୍ପେକ୍ଟ୍ରମ ନିଲାମ : ପ୍ରଥମ କିସ୍ତି ବାବଦରେ ୧୭,୮୭୫ କୋଟି ପ୍ରଦାନ କଲେ ଟେଲିକମ କମ୍ପାନି

91mobiles.com

ନୂଆଦିଲ୍ଲୀ : ଦେଶରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ପାଇଁ ଖୁବ୍‌ଶୀଘ୍ର ୫ଜି ସେବା ଉପଲବ୍ଧ ହେବ। ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ ନିଲାମରେ ୪ଟି କମ୍ପାନି ୫ଜି ସ୍ପେକ୍ଟ୍ରମ କ୍ରୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓ ଚଳିତମାସ ୧୫ ତାରିଖ ବା ସ୍ବାଧୀନତା ଦିବସରେ ପ୍ରଥମେ ଉକ୍ତ ସେବା ଆରମ୍ଭ କରିବାର ସମ୍ଭାବନା ରହିଛି।

ରିଲାଏନ୍ସ ଜିଓ ଇନଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି ନିକଟରେ କହିଥିଲେ କମ୍ପାନି ଦେଶବ୍ୟାପୀ ୫ଜିର ଶୁଭାରମ୍ଭ ସହିତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବ। ଏହି ଦୃଷ୍ଟିରୁ ରିଲାଏନ୍ସ ଜିଓ ଚଳିତମାସ ୧୫ ତାରିଖରେ ୫ଜି ସେବା ଆରମ୍ଭ କରିପାରେ ବୋଲି ଆଶା କରାଯାଉଛି। କମ୍ପାନିର ସୂଚନା ଅନୁଯାୟୀ ଯଥାସମ୍ଭବ କମ୍‌ ସମୟ ମଧ୍ୟରେ ଜିଓ ଦେଶବ୍ୟାପୀ ୫ଜି ସେବା ଆରମ୍ଭ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଜିଓର ୫ଜି ନେଟୱର୍କ ଦେଶରେ ନୂଆ ପିଢ଼ିର ଡିଜିଟାଲ ସେବା ଯୋଗାଇ ଦେବାରେ ସମର୍ଥ ହେବ। ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଅଭିଯାନକୁ ଏହା ତ୍ବରାନ୍ବିତ କରିବ। ଦେଶରେ ୪ଜି ସେବାକୁ କମ୍ପାନି ଯେଉଁ ବେଗରେ କାର୍ଯ୍ୟକାରୀ କରିଥିଲା ତାହା ବିଶ୍ବର ଅନ୍ୟ କେଉଁଠି ଦେଖାଯାଇ ନଥିଲା। ୫ଜି କ୍ଷେତ୍ରରେ ମଧ୍ୟ କମ୍ପାନି ସେଭଳି ବେଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe