ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌, ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌

Advertisment
ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌, ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌

ନୂଆଦିଲ୍ଳୀ: ଫେସ୍‌ବୁକ୍‌ ଓ ଇନ୍‌ଷଷ୍ଟାଗ୍ରାମ୍‌ ପରେ ଏବେ ଜିଓ ସିମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳର ଜିଓ ବ୍ୟବହାରକାରୀମାନେ କଲ୍‌ କିମ୍ବା ମେସେଜ୍‌ ପଠାଇ ନପାରି ଅସୁବିଧାର ସମ୍ମୁ୍ଖୀନ ହେବା ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଜି ସକାଳୁ ଏପରି ସମସ୍ୟା ଉପୁଜିଛି ବୋଲି ଅନେକ ବ୍ୟବହାରକାରୀ ସୋସିଆଲ୍‌ ମିଡିଆ ଜରିଆରେ ଜଣାଇଛନ୍ତି।

ମୋବାଇଲ୍‌ ଡାଟା ସେବା କିନ୍ତୁ ପୂର୍ବ ପରି ଠିକ୍‌ଠାକ୍‌ ଚାଲୁଛି। କେବଳ କଲ୍‌ ଓ ମେସେଜ୍‌‌ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ‘ସକାଳୁ ସିମ୍‌ରେ ଭୋଲ୍‌ଟି ସାଇନ୍‌ ଦେଖିବାକୁ ମିଳିନାହିଁ। କୌଣସି ବି କଲ୍‌ କରିବାକୁ ମୁଁ ଅସମର୍ଥ ହୋଇପଡ଼ିଛି। ସାଧାରଣ କଲ୍‌ ସମସ୍ୟା ଦେଖା ଦେଉଥିବା ବେଳେ ତୁମେ ୫ଜି ସେବା ପ୍ରଦାନ କରିବା କଥା ଗ୍ରାହକଙ୍କୁ କହୁଛ?’

ତେବେ କେହି କେହି ବ୍ୟବହାରକାରୀ ଇଣ୍ଟରନେଟ୍‌ ସେବା ପାଇବାରୁ ବି ବଞ୍ଚିତ ହୋଇଛନ୍ତି। ବିଶେଷ କରି ସକାଳ ୬ଟାରୁ ୯ଟା ମଧ୍ୟରେ ଏହି ସମସ୍ୟା ବିଶେଷ ଭାବେ ଅନୁଭୂତ ହୋଇଥିଲା।

publive-image www.google.com

ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୩୭ ପ୍ରତିଶତ ବ୍ୟବହାରକାରୀ ସିଗ୍‌ନାଲ୍‌ ପାଉନଥିବା ଅଭିଯୋଗ କରିଥିବା ବେଳେ ୩୭ ପ୍ରତିଶତ ବ୍ୟବହାରକାରୀ କଲ୍‌ ଓ ମେସେଜ୍‌ କରି ପାରୁନଥିବା ଅଭିଯୋଗ କରିଥିଲେ। ସେହିପରି ୨୬ ପ୍ରତିଶତ ଜିଓ ବ୍ୟବହାରକାରୀ ଇଣ୍ଟର୍‌ନେଟ୍‌ ଚଳାଇ ପାରୁନଥିବା ଅଭିଯୋଗ କରିଥିଲେ।

ଦିଲ୍ଳୀ, ମୁମ୍ବାଇ, ଅହମ୍ମଦାବାଦ୍‌, ବେଙ୍ଗାଲୁର, କୋଲକାତା ଓ ଚେନ୍ନାଇ ଆଦି ସହରରେ ଏହି ସମସ୍ୟା ଆଜି ସକାଳୁ ଦେଖିବାକୁ ମିଳିଥିଲା। କମ୍ପାନି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe