ଭାରତ-ପାକ୍‌ର ଏହା ଶେଷ ଯୁଦ୍ଧ ହେବା ଉଚିତ୍: ଜିତନ୍ ରାମ୍ ମାଞ୍ଝି

hgdj

ପାଟନା: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ପାକିସ୍ତାନ ଭାରତର ବିଭିନ୍ନ ସହରକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରୁଥିବା ବେଳେ ସଜାଗ୍ ରହି ସବୁ ଆକ୍ରମଣର ଜବାବ ଦେଉଛି ଭାରତ। ଏମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧ ୧୦ ଦିନ ପାଇଁ ହେଉ କି ୧୫ ଦିନ ପାଇଁ, ଏହା ଏବେ ବନ୍ଦ ହେବା ଉଚିତ୍ ନୁହେଁ। ଏହା ପାକିସ୍ତାନ ସହିତ ଶେଷ ଯୁଦ୍ଧ ହେବା ଉଚିତ, ଯାହା ଦ୍ଵାରା ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେବ ନାହିଁ।

ଆଜି କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଥିଲେ। ଏହା ପରେ କହିଥିଲେ, "ପାକିସ୍ତାନ ସବୁବେଳେ କାପୁରୁଷତାର କାର୍ଯ୍ୟ କରେ। ସେମାନେ ହିଁ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ଲୋକମାନେ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥିବା ବେଳେ ସେଠାରେ ଆତଙ୍କବାଦୀମାନେ ମହିଳାଙ୍କ ସ୍ୱାମୀମାନଙ୍କୁ ସେମାନଙ୍କ ସାମ୍ନାରେ ହତ୍ୟା କରି ମୋଦୀଙ୍କୁ ଏହା କହିବାକୁ କହିଥିଲେ। ସାରା ଭାରତର ଲୋକମାନେ ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦେଶବାସୀଙ୍କ ପାଇଁ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ। ଆମେ ଆତଙ୍କବାଦୀଙ୍କ ଶିବିରକୁ ଟାର୍ଗେଟ କରୁଥିବା ବେଳେ ସେମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଭାରତ ଏହା କେତେ ଦିନ ସହିବ। ସହିବାର ସୀମା ଥାଏ। ମୁଁ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। କାରଣ ଏତେ ସବୁ ହେବା ପରେ ବି ସେମାନେ ସଂଯମତା ବଜାୟ ରଖିଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe