ପାଶୱାନଙ୍କୁ ଭାରତରତ୍ନ ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଜିତନରାମ

Advertisment
ପାଶୱାନଙ୍କୁ ଭାରତରତ୍ନ ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଜିତନରାମ

photo-oneindia

ନୂଆଦିଲ୍ଲୀ: ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଆଜି ଅନ୍ତିମ ସଂସ୍କାର ହୋଇଛି । ପରିବାର ସଦସ୍ୟ ଏବଂ ଦଳର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ନେତାମାନେ ଓଦା ଆଖିରେ ତାଙ୍କୁ ବିଦାୟ ଦେଇଛନ୍ତି | ଏଥି ସହିତ ରାମବିଳାସ ପାଶୱାନଙ୍କୁ ଭାରତ ରତ୍ନ ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ରାମବିଳାସଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି।

ଜିତନରାମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ରାମବିଳାସଙ୍କୁ ଭାରତରତ୍ନ ଦେବା ନେଇ ଅନୁରୋଧ କରିଛନ୍ତି | ଏହା ସହ ରାମବିଳାସଙ୍କ ଦିଲ୍ଲୀରେ ଥିବା କେ-୧୨ ଜନପଥ ବଙ୍ଗଳାକୁ ଏକ ସ୍ମାରକୀରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି | ଭାରତରତ୍ନ ସହ ତାଙ୍କ ବଙ୍ଗଳାକୁ ସ୍ମାରକୀରେ ପରିଣତ କଲେ ଭବିଷ୍ୟତ ପିଢ଼ି ତାଙ୍କ ବାବଦରେ ଅଧିକ ଜାଣିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି | ଲୋକ ଜନତା ପାର୍ଟିର ପ୍ରତିଷ୍ଠାତା ପାଶୱାନ ପ୍ରାୟ ୩୧ ବର୍ଷ ଧରି ଏହି ବଙ୍ଗଳାରେ ରହୁଥିଲେ।

ସୂଚନା ଥାଉ କି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କର ଗୁରୁବାର ଦେହାନ୍ତ ହୋଇଛି।ରାମବିଳାସ ପାଶୱାନଙ୍କ ସାନଭାଇ ତଥା ଏଲଜେପି ସାଂସଦ ପଶୁପତି କୁମାର ପରସଙ୍କ ସହ ବିହାରର ମନ୍ତ୍ରୀ ପ୍ରେମ କୁମାର ମଧ୍ୟ ଭାରତରତ୍ନ ଦେବାକୁ ଦାବି କରିଛନ୍ତି | ପ୍ରେମ କୁମାର ଟ୍ୱିଟ୍ କରି କହିଛନ୍ତି ଯେ ଦଳିତ ବର୍ଗଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ମୁଁ ରାମବିଳାସ ପାଶୱାନଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ଦାବିକୁ ସମର୍ଥନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe