ଜମ୍ମୁ ଏବଂ କଶ୍ମୀର: ଦୁଇ ଯବାନ ସହିଦ; ଦୁଇ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଏବଂ କଶ୍ମୀର: ଦୁଇ ଯବାନ ସହିଦ; ଦୁଇ ଆତଙ୍କବାଦୀ ନିହତ

Image for representation courtesy of India Today

ନୂଆଦିଲ୍ଲୀ: ଉତ୍ତର କଶ୍ମୀର ଅନ୍ତର୍ଗତ ହାଜିନ୍‌ ଅଞ୍ଚଳର ବନ୍ଦିପୋରା ଜିଲ୍ଲାରେ ବୁଧବାର ଦିନ ହୋଇଥିବା ଏନ୍‌କାଉଣ୍ଟର୍‌ ଯୋଗୁଁ ଦୁଇ ଜଣ ସେନା ଯବାନ ସହିଦ ହେବା ସହ ପ୍ରାୟ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସେନା ତରଫରୁ କୁହାଯାଇଛି।

ଆଠ ଜଣ ଆଙ୍କବାଦୀଙ୍କ ଉପସ୍ଥିତିର ସୂଚନା ପାଇ ସେନାର ୧୩ ଆର୍‌ଆର୍‌ ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ଏସ୍‌ଓଜିଙ୍କ ମିଳିତ ଦଳ ଆଜି ପ୍ରତ୍ୟୁଷରେ ହାଜିନ୍‌ର ରାଖ (ପରିବଳ) ଅଞ୍ଚଳ ସିଜ୍‌ କରିଥିଲେ ବୋଲି ଶ୍ରୀନଗରଠାରେ ଅବସ୍ଥାପିତ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

ନିରାପତ୍ତା ବଳ ନିକଟତର ହେବାରୁ ଛପି ଥିବା ଆତଙ୍କବାଦୀମାନେ ପ୍ରାୟ ଭୋର୍‌ ୫ଟା ବେଳେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଦୁଇ ଜଣ ସୈନ୍ୟ ଆହତ ହୋଇଥିଲେ। ପରେ ସେ ଦୁହିଁଙ୍କର ଦେହାନ୍ତ ହୋଇଥିଲା ବୋଲି ସେ କହିଛନ୍ତି।

ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି।

ଏହି ଗୁଳିବିନିମୟ ଯୋଗୁଁ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କଥା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe