ଜମ୍ମୁ ଓ କଶ୍ମୀର: ରିୟାସୀ ଜିଲ୍ଲାରୁ ଆଗ୍ନେୟାସ୍ତ୍ର ଓ ବିସ୍ଫୋରକ ଉଦ୍ଧାର, ଜଣେ ଗିରଫ

Advertisment
ଜମ୍ମୁ ଓ କଶ୍ମୀର: ରିୟାସୀ ଜିଲ୍ଲାରୁ ଆଗ୍ନେୟାସ୍ତ୍ର ଓ ବିସ୍ଫୋରକ ଉଦ୍ଧାର, ଜଣେ ଗିରଫ

Image Courtesy of Zee News

ଜମ୍ମୁ: ଶୁକ୍ରବାର ଦିନ ପୁଲିସ ଜମ୍ମୁ ଓ କଶ୍ମୀରର ରିୟାସୀ ଜିଲ୍ଲାରେ ଆଗ୍ନେୟାସ୍ତ୍ର ଏବଂ ବିସ୍ଫୋରକ ଗଚ୍ଛିତ ଥିବା ଗୋଟାଏ ଗୁପ୍ତସ୍ଥାନର ସନ୍ଧାନ ପାଇବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ମାହୋର ସହରରୁ ଦଳେ ପୁଲିସଙ୍କଦ୍ୱାରା ଗିରଫ ହୋଇଥିବା ଉକ୍ତ ବ୍ୟକ୍ତିଜଣକ ହେଉଛନ୍ତି ୨୧ ବର୍ଷିୟ ରେୟାଜ୍‌ ଅହମଦ୍‌। ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚୁରା ସମୟରେ ସେ ମାହୋରେ ତହସିଲ୍‌ ଅନ୍ତର୍ଗତ ମଖିଧର ଏବଂ ଉପର ଶିକାରୀ ବନ୍ଧ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବିପୁଳ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ସେହି ଗୁପ୍ତସ୍ଥାନର ଠିକଣା ବତାଇ ଥିଲେ।

publive-image Image Courtesy of Cross Town News

ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସେନାଦ୍ୱାରା ହୋଇଥିବା ଏହି ମିଳିତ ତଲାସ ଅଭିଯାନରେ ସେହି ଗୁପ୍ତ ସ୍ଥାନରୁ ଦୁଇଟି ‘ୟୁବିଜିଏଲ୍‌’ ଓ ‘ଏମ୍‌ଜିଏଲ୍‌’ ପାଞ୍ଚଟି ଗ୍ରେନେଡ୍‌, ଗୋଟିଏ ଆର୍‌ପିଜି, ତିନୋଟି ମୋର୍ଟାର୍‌ ବୋମା, ୮୦ ରାଉଣ୍ଡ୍‌ ଗୁଳି ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ‘ଲଶ୍କର୍‌-ଏ-ତୈବା’ କମାଣ୍ଡର୍‌ ଖୋବାୟିବ୍‌ ଏସବୁ ରମ୍ବନ ଜିଲ୍ଲା ଅନ୍ତର୍ଗତ ଗୁଲ୍‌ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଲାଗି ପଠାଇଥିଲେ। ଦୋଦା ବାସିନ୍ଦା ଖୋବାୟିବ୍‌ ସମ୍ପ୍ରତି ପାକିସ୍ତାନରେ ଅବସ୍ଥାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe