ଜମ୍ମୁ କଶ୍ମୀର ପୁଲିସକୁ ଆତଙ୍କବାଦୀଙ୍କ ଖୋଲା ଚାଲେଞ୍ଜ: ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କବାଦୀ

Advertisment
ଜମ୍ମୁ କଶ୍ମୀର ପୁଲିସକୁ ଆତଙ୍କବାଦୀଙ୍କ ଖୋଲା ଚାଲେଞ୍ଜ: ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କବାଦୀ
ଜମ୍ମୁ: ଜମ୍ମୁ କଶ୍ମୀର ପୁଲିସର କନ୍‌ଷ୍ଟେବଲ୍‌ ସଲିମ୍‌ ଶାହଙ୍କ ଅପହରଣ ଓ ନୃଶଂସ ହତ୍ୟା ପରେ ପୁଣି ଆଉ ଜଣେ ପୁଲିସ କର୍ମଚାରୀଙ୍କୁ ଦକ୍ଷିଣ କଶ୍ମୀର ପୁଲଓ୍ଵାମାରେ ଅଜଣା ଆତଙ୍କବାଦୀ ଅପହରଣ କରିନେଇଥିବା ଖବର ମିଳିଛି। ସଲିମ୍‌ ଶାହଙ୍କ ଅପହରଣ ଓ ହତ୍ୟାକୁ ସପ୍ତାହେ ନପୂରୁଣୁ ପୁଣି ଆତଙ୍କବାଦୀ ସେଭଳି ଏକ କାଣ୍ଡ ଭିଆଇଛନ୍ତି। ଏହା ଦ୍ୱାରା ଜମ୍ମୁ କଶ୍ମୀର ପୁଲିସକୁ ସେମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି।
ଶନିବାର ମିଳିଥିବା ସୂଚନା ଅନୁସାରେ, ଜମ୍ମୁ କଶ୍ମୀର ପୁଲିସରେ ଜଣେ ସ୍ପେଶାଲ୍‌ ପୁଲିସ ଅଫିସର (ଏସ୍‌ପିଓ) ଭାବେ କାର୍ଯ୍ୟ କରୁଥିବା ସକିଲ ଅହମଦ୍‌ ଲୋନ୍‌କୁ ଅପହରଣ କରିଛନ୍ତି ଆତଙ୍କବାଦୀ। ପୁଲଓ୍ଵାମା ଜିଲ୍ଲାର ଚନ୍‌  କିଟର ତ୍ରାଲ୍‌ ଠାରେ ଗତ ରାତିରେ ଆତଙ୍କବାଦୀ ଅପହରଣ କରି ନେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ଅପହୃତ ଏସ୍‌ପିଓଙ୍କୁ ଖୋଜିବା ଲାଗି ପୁଲିସ ପକ୍ଷରୁ ବହୁ ସଂଖ୍ୟକ  ଟିମ୍‌ ଗଠନ କରାଯାଇ ଅପରେସନ୍‌ ଆରମ୍ଭ ହୋଇଛି। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଜମ୍ମୁ କଶ୍ମୀର ପୁଲିସ ଡିଜି ଏସ୍‌.ପି. ବେଦ୍‌ କହିଛନ୍ତି ଯେ, ଆମେ ଅନୁସନ୍ଧାନ ଚଳାଇଛୁ। ତାଙ୍କ ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସେ ତାଙ୍କର ଜଣେ ସଂପର୍କିୟଙ୍କ ଘରକୁ ଯାଇଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରିନିଆ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe