‘ଢ଼ୋଲ ଭିତରେ ମୂଷା’! କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ର ଘନିଷ୍ଠ ସହଯୋଗୀ ସାଜିଥିବା ରାଷ୍ଟ୍ରପତି ପଦକ ପ୍ରାପ୍ତ ଜମ୍ମୁ- କଶ୍ମୀର ଡିଏସ୍‌ପି ଗିରଫ

Advertisment
‘ଢ଼ୋଲ ଭିତରେ ମୂଷା’! କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ର ଘନିଷ୍ଠ ସହଯୋଗୀ ସାଜିଥିବା ରାଷ୍ଟ୍ରପତି ପଦକ ପ୍ରାପ୍ତ ଜମ୍ମୁ- କଶ୍ମୀର ଡିଏସ୍‌ପି ଗିରଫ

The Quint

ଶ୍ରୀନଗର: ଜମ୍ମୁ- କଶ୍ମୀରର ପୁଲିସ୍‌ ପ୍ରଶାସନରେ ଡିଏସ୍‌ପି ପାହ୍ୟାରେ ନିଯୁକ୍ତ ଜନୈକ ବରିଷ୍ଠ ଅଧିକାରୀଙ୍କୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ଦୁଇ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସହ ନିଜ ଗାଡ଼ିରେ ଏକ ଗୁପ୍ତ ମିଶନରେ ଯାଉଥିବା କାଳରେ ଜମ୍ମୁ- କଶ୍ମୀର ପୁଲିସ୍‌ ଗତକାଲି ଗିରଫ କରିଛି।

ଏହି ଘଟଣା ଏବେ ସମଗ୍ର ଜମ୍ମୁ- କଶ୍ମୀରରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆତଙ୍କବାଦୀଙ୍କ ସହଯୋଗୀ ସାଜିଥିବା ଏହି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୁଲିସ୍‌ (ଡିଏସ୍‌ପି)ଙ୍କୁ ଦଭିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଛି। ସଂପୃକ୍ତ ଡିଏସ୍‌ପି ଦଭିନ୍ଦର ସିଂହ ପୂର୍ବରୁ ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ର ଡିଏସ୍‌ପି ଭାବେ ମୁତୟନ ଥିଲେ। ତେବେ, ସବୁଠାରୁ ପରିତାପ ଓ ଲଜ୍ଜାର ବିଷୟ ହେଲା ଏହି ଡିଏସ୍‌ପି ଦଭିନ୍ଦର ସିଂହଙ୍କୁ ଗତ ୨୦୧୯ ଅଗଷ୍ଟ ୧୫ ତାରଖରେ ରାଷ୍ଟ୍ରପତି ପୁଲିସ୍‌ ପଦକ ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା। ତେବେ, ବର୍ତ୍ତମାନ ଡିଏସ୍‌ପି ସିଂହଙ୍କୁ ଆତଙ୍କବାଦୀଙ୍କ ସହଯୋଗୀ ଭାବେ ଗିରଫ କରାଯିବା ପରେ କଶ୍ମୀରର ପୁଲିସ୍‌ ଆଇଜି ବିଜୟ କୁମାର କହିଛନ୍ତି ଯେ ଏକ ଜଘନ୍ୟ ଅପରାଧରେ ସଂପୃକ୍ତ ଥିବା ଅବସ୍ଥାରେ ଆତଙ୍କବାଦୀଙ୍କ ଗହଣରୁ ଦଭିନ୍ଦର ସିଂହଙ୍କୁ ଗିରଫ କରାଯାଇଛି। ତେଣୁ, ତାଙ୍କୁ ମଧ୍ୟ ଆତଙ୍କବାଦୀ ସଦୃଶ ବ୍ୟବହାର କରାଯିବ। ଏବଂ ତାଙ୍କୁ ସମସ୍ତ ତଦନ୍ତକାରୀ ସଂସ୍ଥାର ଜେରାର ସମ୍ମୁଖୀନ ହେବାକୁ ପଡ଼ିବ।

publive-image DNA India

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂପୃକ୍ତ ଡିଏସ୍‌ପି ଦଭିନ୍ଦର ସିଂହଙ୍କ ସହ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ସହ ଘନିଷ୍ଠ ସଂପର୍କ ରହିଥିଲା। ସେ ଆତଙ୍କବାଦୀମାନଙ୍କୁ ଉପତ୍ୟକାରେ ଶରଣ ଦେବା ସହ ପୁଲିସ୍‌ ଚଢ଼ାଉ କାଳରେ ଫେରାର ହୋଇଯିବାରେ ମଧ୍ୟ ସହାୟତା ଯୋଗାଇ ଦେଉଥିଲେ। ଗତ ରବିବାର ଦିନ ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଦୁଇଜଣ ହିଜ୍‌ବୁଲ୍‌ ମଜାହିଦ୍ଦିନ୍‌ର ଆତଙ୍କବାଦୀଙ୍କୁ ସଙ୍ଗରେ ଧରି ସୋପିଆନ୍‌ ଅଞ୍ଚଳରେ ଆତ୍ମଗୋପନ କରି ରହିଥିବା କିଛି ଆତଙ୍କବାଦୀଙ୍କୁ ପାକିସ୍ତାନ ମଧ୍ୟକୁ ପଠାଇଦେବା ପାଇଁ ଯାଉଥିବା ଅବସ୍ଥାରେ ଜାତୀୟ ରାଜପଥ ଉପରେ ଜମ୍ମୁ- କଶ୍ମୀର ପୁଲିସ୍‌ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଗାଡ଼ି ମଧ୍ୟରୁ ଗୋଟିଏ ଏକେ-୪୭ ରାଇଫଲ୍‌କୁ ମଧ୍ୟ ଜବତ କରିଥିଲା। ପରେ, ପୁଲିସ୍‌ ପକ୍ଷରୁ ଦଭିନ୍ଦର ସିଂହଙ୍କ ଘରେ ଚଢ଼ାଉ କରାଯାଇ ତାଙ୍କ ଘରୁ ଆଉ ଏକ ଏକେ-୪୭ ରାଇଫଲ୍‌ ସମେତ ଏକାଧିକ ରିଭଲଭର ଓ ବହୁ ଆତ୍ତିଜନକ କାଗଜପତ୍ରକୁ ଜବତ କରା ଯାଇଥିଲା।

publive-image News Nation

ବର୍ତ୍ତମାନ, ଜମ୍ମୁ- କଶ୍ମୀର ପୁଲିସ୍‌ ଦଭିନ୍ଦର ସିଂହକୁ ରିମାଣ୍ଡରେ ଆଣି ଜେରା ଚଳାଇଛି। ଦେଶରେ ଘଟିଥିବା ବହୁ ଆତଙ୍କବାଦୀ ହାମ୍‌ଲାରେ ଦଭିନ୍ଦରର ହାତ ରହିଥିବା ଏବେ ତଦନ୍ତ କାଳରେ ଜାଣିବାକୁ ମିଳୁଛି। ତେବେ, ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ରହିଥିବାରୁ ଏ ସଂପର୍କରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବା ମନା କରି ଦେଇଛନ୍ତି ପୁଲିସ୍‌ ଆଇଜି ବିଜୟ କ୍‌ୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe