ବହୁ ଚର୍ଚ୍ଚିତ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ , ସାତ ଅଭିଯୁକ୍ତଙ୍କ ଭିତରୁ ଛଅଜଣ ଦୋଷୀ ସାବ୍ୟସ୍ତ

Advertisment
ବହୁ ଚର୍ଚ୍ଚିତ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ , ସାତ ଅଭିଯୁକ୍ତଙ୍କ ଭିତରୁ ଛଅଜଣ ଦୋଷୀ ସାବ୍ୟସ୍ତ

photo-indiatoday

ପଠାନକୋଟ: ଜମ୍ମୁ କଶ୍ମୀରର କଠୁଆରେ ବଞ୍ଜାରା ସଂପ୍ରଦାୟର ଜଣେ ୮ ବର୍ଷୀୟ ଶିଶୁ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ଆସିଛି।  ପଠାନ କୋଟର  ଅଦାଲତ ଆଜି ରାୟ ଶୁଣାଇ ସମସ୍ତ ସାତ ଅଭିଯୁକ୍ତଙ୍କ ଭିତରୁ ଛଅଜଣଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ମୁଖ୍ୟ ଅଭିଯୁକ୍ତ  ସଂଜିରାମ , ପୁଲିସ୍ ଅଧିକାରୀ ଦୀପକ ଖଜୁରିଆ, ସୁରେନ୍ଦ୍ର କୁମାର ,  ତିଲକ ରାଜ, ଆନନ୍ଦ ଦତ୍ତା ଏବଂ ପରବେଶ ଦୋଷୀକୁ ଦୋଷୀ ସାବ୍ୟସ୍ତ  କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ  ସଂଜିରାମର ପୁଅକୁ ଦୋଷମୁକ୍ତ କରାଯାଇଛି। ଏହି ଅଭିଯୁକ୍ତ ମାନଙ୍କୁ ଦିନ ୨ଟା ସମୟରେ ଦଣ୍ଡ ବିଧାନ କରାଯିବ ବୋଲି ଜଣାଯାଇଛି।

ଏହି ମାମଲାର ଶୁଣାଣି ବନ୍ଦ କୋଠରୀରେ ଜୁନ ୩ରେ ଶେଷ ହୋଇଥିଲା । ମାତ୍ର ଫଇସଲାକୁ ଅପେକ୍ଷା କରାଯାଇଥିଲା। ଶୁଣାଣି ବେଳେ ଜିଲ୍ଲା ଦୌରାଜଜ ତେଜିନ୍ଦର ସିଂହ ଘୋଷଣା କରିଥିଲେ ଯେ, ଜୁନ ୧୦ରେ ଫଇସଲା ଶୁଣାଯାଇପାରେ ।

ପୁଲିସ୍ ଅଧିକାରୀ କହିଥିଲେ, କଠୁଆ ରାୟ ଆସିବା ପୂର୍ବରୁ ଅଦାଲତ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରି ଦିଆଯାଇଛି । ପରିସ୍ଥିତି ଉପରେ ପୋଲିସ ନଜର ରଖାଯାଇଛି । ୧୫ ପୃଷ୍ଠା ସମ୍ବଳିତ ଅଭିଯୋଗ ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ ୮ ବର୍ଷୀୟ ଶିଶୁଙ୍କୁ ଅପହରଣ କରାଯାଇଥିଲା । ନାବାଳିକାକୁ ଏକ ମନ୍ଦିର ନିକଟକୁ ନିଆଯାଇ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଥିଲା । ତାକୁ ୪ ଦିନ ଯାଏ ଅଚେତ ଅବସ୍ଥାରେ ରଖାଯିବା ପରେ ହତ୍ୟା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe