ଜମ୍ମୁ-କଶ୍ମୀର ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ, ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ

Advertisment
ଜମ୍ମୁ-କଶ୍ମୀର ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ, ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ

indiatoday

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପନ୍ଥା ଚୌକ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆତଙ୍କବାଦୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଶ୍ରୀନଗର ଉପକଣ୍ଠରେ ଅଲଟ୍ରା ବାହିନୀର ତନଖି କରୁଥିବା ପୁଲିସ୍ ଦଳ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ପନ୍ତା ଛକ ଅଞ୍ଚଳରେ ପୁଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ର ମିଳିତ ତନଖି କରୁଥିବା ପୁଲିସ୍ ଦଳ ଉପରେ ଗୁଳି ଚଳାଇଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀମାନେ ଗୁଳି ବର୍ଷ କରିବା ପରେ ସୁରକ୍ଷା  ବାହିନୀର ମିଳିତ ଦଳ ଏହି ଅଞ୍ଚଳକୁ ଘେରି ରହି ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପୁନର୍ବାର ବାହିନୀର ସର୍ଚ୍ଚ ପାର୍ଟି ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ପୁଲିସ ଏହାର ଜବାବ ଦେବା ପାଇଁ ଗୁଳି ଚଳାଇଥିଲା। ତେବେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ତିନିଜଣ ଆତଙ୍କବାଦୀ ନିହତ ହୋବା ସହ ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ ଘଟିଛି।

Four militants killed, one surrenders in encounter in Jammu and Kashmir's  Shopian - India News , Firstpost Firstpost

ସୂଚନା ମୁତାବକ, କଶ୍ମୀର ଉପତ୍ୟକାରେ ଏହା ଶନିବାରର ଦ୍ୱିତୀୟ ଏନକାଉଣ୍ଟର ଥିଲା। ଏହାପୂର୍ବରୁ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଗୁଳି ବିନିମୟରେ ତିନିଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଆର୍ମି ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe