କଶ୍ମୀର ଘାଟିରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିପାତ; ୨ ସୁରକ୍ଷାକର୍ମୀ ସହିଦ

କଶ୍ମୀର ଘାଟିରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିପାତ; ୨ ସୁରକ୍ଷାକର୍ମୀ ସହିଦ

NewsHunt

ଅଓ୍ଵନ୍ତିପୋରା: ଜମ୍ମୁ- କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅଓ୍ଵନ୍ତିପୋରାରେ ଆଜି (ମଙ୍ଗଳବାର) ଅପରାହ୍ଣରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେନା ସୁରକ୍ଷା ବାହିନୀର ଜଣେ ସେନା ଯବାନ ଓ ଜମ୍ମୁ- କଶ୍ମୀର ପୁଲିସ୍‌ର ଜଣେ ସ୍ପେଶାଲ ପୁଲିସ୍‌ ଅଫିସର (ଏସ୍‌ପିଓ) ସହିଦ୍‌ ହୋଇଛନ୍ତି। ବିଗତ ଦୁଇ ଦିନ ମଧ୍ୟରେ କଶ୍ମୀର ଘାଟିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଏନ୍‌କାଉଣ୍ଟର ଥିବା ଜାଣିବା ପାଇଁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଅଓ୍ଵନ୍ତିପୋରାର ଜାଣ୍ଡ ଗ୍ରାମରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ଓ ଜମ୍ମୁ- କଶ୍ମୀର ପୁଲିସ୍‌ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା।

ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ଓ୍ଵାସିମ୍‌ ଓ୍ଵାନି ଓ ଜାହାଙ୍ଗୀର ବୋଲି ଚିହ୍ନଟ କରାଯାଇଛି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର ଜାରି ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe