ଜମ୍ମୁ ଓ କଶ୍ମୀର: ଅସ୍ତ୍ରଶସ୍ତ୍ର ସହ ନବ ନିଯୁକ୍ତ ‘ଜେଇଏମ୍‌’ ଆତଙ୍କବାଦୀଙ୍କୁ ଗିରଫ କଲା ବନ୍ଦୀପୋରା ପୁଲିସ

Advertisment
ଜମ୍ମୁ ଓ କଶ୍ମୀର: ଅସ୍ତ୍ରଶସ୍ତ୍ର ସହ ନବ ନିଯୁକ୍ତ ‘ଜେଇଏମ୍‌’ ଆତଙ୍କବାଦୀଙ୍କୁ ଗିରଫ କଲା ବନ୍ଦୀପୋରା ପୁଲିସ

Image Courtesy of Zee News

କଶ୍ମୀର: ଉତ୍ତର କଶ୍ମୀର ଅନ୍ତର୍ଗତ ବନ୍ଦୀପୋରା ଜିଲ୍ଲାରୁ ନବ ନିଯୁକ୍ତ ଜଣେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯାଇଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ଗୁରୁବାର ଦିନ ଦାବି କରିଛି।

ବନ୍ଦୀପୋରା ‘ଏସ୍‌ଏସ୍‌ପି’ ରାହୁଲ୍‌ ମଲିକ କହିଛନ୍ତି, ସୋପୋର୍‌ରୁ ବନ୍ଦୀପୋରା ମଧ୍ୟରେ ଆତଙ୍କବାଦୀମାନେ ଗମନାଗମନ କରୁଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ବନ୍ଦୀପୋରା ପୁଲିସ ଏବଂ ନିରାପତ୍ତା ବଳର ଏକ ମିଳିତ ଦଳ ବନ୍ଦୀପୋରାର ପାତୁସେ ଠାରେ ଜଗି ରହିଥିଲେ। ଯାଞ୍ଚ ସମୟରେ ବନ୍ଦୀପୋରା ଅନ୍ତର୍ଗତ ପାଞ୍ଜିଗାମ ବାସିନ୍ଦା ଇମ୍‌ତିଆଜ୍‌ ଅହମଦ୍‌ ଖାଁଙ୍କୁ ଗିରଫ କରାଯାଇଛି।

publive-image Image Courtesy of DNA India

ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍‌, ୯ ଏମ୍‌ଏମ୍‌ର ୧୦ଟି ଗୁଳି ଏବଂ ୫ଟି ଗ୍ରେନେଡ୍‌ ଭଳି ଆଗ୍ନେୟାସ୍ତ୍ର ତାଙ୍କ ଠାରୁ ଜବତ କରାଯାଇଛି।
ଏ ସଂକ୍ରାନ୍ତରେ ପୁଲିସ ଦେଇଥିବା ଲିଖିତ ବିବୃତିରେ ଉଲ୍ଲେଖ ଅଛି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜେଇଏମ୍‌’ରେ ଗିରଫ ବ୍ୟକ୍ତିବିଶେଷ ନିକଟରେ ଯୋଗ ଦେଇଥିଲେ। ସାପୋର ଏବଂ ବନ୍ଦୀପୋରା ସହରରେ ସରକାରୀ କାର୍ଯ୍ୟକଳାପକୁ ଦୁର୍ବଳ କରାଇବା ଲାଗି ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ଏହି ଆତଙ୍କବାଦୀଜଣକ ଜାନୁଆରି ୨୬ ତାରିଖ ଦିନ ସାପୋର ଆଦିପୋରା ଅଞ୍ଚଳରେ ବନ୍ଦୀପୋରା/ସାପୋର ପୁଲିସ ଏବଂ ନିରାପତ୍ତା ବଳ ମିଳିତ ଭାବେ ଚଳାଇଥିବା କଡର୍ନ ଆଣ୍ଡ୍‌ ସର୍ଚ ଅଭିଯାନ ସମୟରେ ଖସି ପଳାଇବାରେ ସମର୍ଥ ହୋଇଥିଲେ। ରାତ୍ରୀର ଅନ୍ଧକାର ଯୋଗୁଁ ସେ ନିରାପତ୍ତା ବଳଙ୍କ ହାବୁଡ଼ରୁ ଖସି ପଳାଇଥିଲା ବୋଲି କୁହାଯାଉଛି।

ବନ୍ଦୀପୋରା ଥାନାରେ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe