Image Source: India Today
ନୂଆଦିଲ୍ଲୀ: ପୁଲ୍ଓ୍ଵାମା ଜିଲ୍ଲାର ଅବନ୍ତୀପୋରାରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ପାକିସ୍ତାନ ଠାରୁ ଭାରତ ଗୁଇନ୍ଦା ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନାକୁ ଯୁକ୍ତରାଷ୍ଟ୍ର ଆମେରିକା ସହ ମଧ୍ୟ ସେୟାର କରାଯାଇଛି।
ପୁଲ୍ଓ୍ଵାମାର ଅବନ୍ତୀପୋରା ସହରରେ ଗାଡ଼ି ମଧ୍ୟରେ ଆଇଇଡି ବିସ୍ଫୋରଣ କରାଯିବ ବୋଲି ପାକିସ୍ତାନ ଗୁଇନ୍ଦା ବିଭାଗ ସୂଚନା ଦେଇଛି।
ଜାକିର ମୁସା ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଲ୍ଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଇଛି। ମେ ୨୪ ତାରିଖ ଦିନ ଟ୍ରାଲ୍ ଠାରେ ଗୋଟାଏ ଏନ୍କାଉଣ୍ଟର୍ ଯୋଗୁଁ ଜାକିର ମୁସାର ମୃତ୍ୟୁ ଘଟିଥିଲା।
ପୁଲ୍ଓ୍ଵାମା ଠାରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଇସ୍ଲାମାବାଦରେ ଥିବା ଭାରତୀୟ ହାଇକମିସନ୍ଙ୍କୁ ଗୁଇନ୍ଦା ସୂଚନା ଦେଇଥିଲା। ଏହି ସୂଚନା ପାକିସ୍ତାନ ଆମେରିକା ସହ ସେୟାର୍ କରିଛି।
ଫେବ୍ରୁଆରି ୧୪ ତାରିଖ ଦିନ ପୁଲ୍ଓ୍ଵାମା ଠାରେ ଗୋଟାଏ ବିସ୍ଫୋରକ ଭର୍ତ୍ତି ଏସ୍ୟୁଭି ସିଆର୍ପିଏଫ୍ ବସ୍ ଉପରେ ଧକ୍କାଖାଇବାରୁ ୪୦ ଜଣ ଯବାନ ପ୍ରାଣ ହରାଇଥିଲେ।
Follow Us