ପୁଲ୍‌ୱାମାର ବିସ୍ଫୋରକ ଭରା କାର ମାଲିକଙ୍କୁ ଚିହ୍ନଟ କଲା ଜମ୍ମୁ ଓ କଶ୍ମୀର ପୁଲିସ

Advertisment
ପୁଲ୍‌ୱାମାର ବିସ୍ଫୋରକ ଭରା କାର ମାଲିକଙ୍କୁ ଚିହ୍ନଟ କଲା ଜମ୍ମୁ ଓ କଶ୍ମୀର ପୁଲିସ

Image Courtesy of Zee News

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଅଞ୍ଚଳରୁ ଧରାପଡ଼ିଥିବା ଆଇଇଡ଼ି ଭରା କାର୍‌ର ମାଲିକଙ୍କୁ ପୁଲିସ ଚିହ୍ନଟ କରିଛି।

ସେ ହେଉଛନ୍ତି ହିଦାୟତୁଲ୍ଲା ମଲିକ। ଜମ୍ମୁ ଓ କଶ୍ମୀର ପୁଲିସ କହିବା ଅନୁସାରେ, ସେ ଶୋପିଆଁ ଅଧିବାସୀ ଏବଂ ୨୦୧୯ ଜୁଲାଇରେ ପାକିସ୍ତାନ ପୃଷ୍ଠପୋଷକତାରେ ଚାଲିଥିବା ହିଜ୍‌ବ୍‌-ଉଲ୍-ମୁଜାହିଦୀନ୍‌ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ପୁଲିସ ଏବେ ତାଙ୍କୁ ପଚରାଉଚୁରା କରୁଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗୁରୁବାର ଦିନ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ରାଜପଡ଼ାର ଆୟେନ୍‌ଗୁଣ୍ଡ ଅଞ୍ଚଳରେ ଗୋଟାଏ ସାଣ୍ଟ୍ରୋ କାର୍ ମଧ୍ୟରୁ ପ୍ରାୟ ୪୫ କିଲୋ ‘ଆଇଇଡ଼ି’ (ବିସ୍ଫୋରକ) ଉଦ୍ଧାର କରାଯିବା ପରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ର କର୍ମଚାରୀମାନେ ତାହାକୁ ସଫଳତାର ସହ ନିଷ୍କ୍ରିୟ କରି ଦେଇଥିଲେ।

publive-image Image Courtesy of Hindustan Times

କାର୍‌ଟି ‘ଆଇଇଡି’ ନେଇ ଯାତାୟାତ କରୁଛି ବୋଲି ୪/୫ ଦିନ ତଳେ ନିରାପତ୍ତା ବଳଙ୍କୁ ସୂଚନା ମିଳିଥିଲା। ସେମାନେ ଗାଡ଼ିଟିକୁ ଅଟକାଇବାରୁ ସେଥିରେ ଥିବା ଡ୍ରାଇଭର୍  ଘଟଣାସ୍ଥଳରୁ ଖସି ପଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe