ଶ୍ରୀନଗର: ଆତଙ୍କବାଦୀଙ୍କ ଗୁଳିରେ ସରପଞ୍ଚ ଆହତ

Advertisment
ଶ୍ରୀନଗର: ଆତଙ୍କବାଦୀଙ୍କ ଗୁଳିରେ ସରପଞ୍ଚ ଆହତ

ଶ୍ରୀନଗର: ବୁଧବାର ଦିନ ଜମ୍ମୁ- କଶ୍ମୀରର ଶ୍ରୀନଗର ଉପକଣ୍ଠରେ ଥିବା ଖୋନମୋହ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ସରପଞ୍ଚ ଗୁରୁତର ଆହତ ହୋଇଛନ୍ତି। ଆହତ ସରପଞ୍ଚଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି।

ଆତଙ୍କବାଦୀଙ୍କ ଏହି ଗୁଳିମାଡ଼ ଘଟଣା ପରେ ପୁଲିସ୍‌ ଓ ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
ଏହି ଘଟଣା ପୂର୍ବରୁ ଆଜି (ବୁଧବାର) ଉଧମପୁରର ସ୍ଲାଥିଆ ଛକରେ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ଏକ ବଡ଼ ଧରଣର ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟବା ସହ ଅନ୍ୟ ୧୩ ଜଣ ଆହତ ହୋଇଥିଲେ ବୋଲି ପୁଲିସ କହିଛି। ଆହତ ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ବିସ୍ଫୋରଣର ପ୍ରକୃତ କାରଣ ଏବଂ ଉତ୍ପତ୍ତି ଜାଣିବା ପାଇଁ ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି।

ସେହିପରି ଦୁଇଦିନ ପୂର୍ବରୁ ଆତଙ୍କବାଦୀମାନେ ଶ୍ରୀନଗରର ଲାଲଚୌକରେ କରିଥିବା ଗ୍ରେନେଡ୍‌ ମାଡ଼ରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏପରିସ୍ଥିତିରେ ଜମ୍ମୁ- କଶ୍ମୀରରେ ଦୁଇ ଦିନ ମଧ୍ୟରେ ତିନିଟି ଆତଙ୍କବାଦୀ ହାମଲା ଜମ୍ମୁ- କଶ୍ମୀର ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe