ଜମ୍ମୁ ଓ କଶ୍ମୀର: ଶୋପିଆଁ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀଙ୍କୁ ନିପାତ କଲେ ନିରାପତ୍ତା ବଳ

Advertisment
ଜମ୍ମୁ ଓ କଶ୍ମୀର: ଶୋପିଆଁ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀଙ୍କୁ ନିପାତ କଲେ ନିରାପତ୍ତା ବଳ

Image Courtesy of IndiaToday

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆଜି ପୁଲିସ ଓ ନିରାପତ୍ତା ବଳଙ୍କ ମିଳିତ ଦଳଙ୍କ ଗୁଳି ଚୋଟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ନିରାପତ୍ତା ବଳ ଶୋପିଆଁର ଦ୍ରାଗଦ୍‌ ଅଞ୍ଚଳରେ ‘ସର୍ଚ-ଆଣ୍ଡ୍‌-କର୍ଡନ୍‌’ ଅଭିଯାନ ଚଳାଇଥିଲା।

ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଦିଲ୍‌ ଓ୍ଵାନି। ୨୦୨୦ ଜୁଲାଇରୁ ସକ୍ରିୟ ଥିବା ଆଦିଲ୍‌ ପୁଲ୍‌ଓ୍ଵାମାର ଲିଟର୍‌ରେ ଜଣେ ଦରିଦ୍ର ଶ୍ରମିକଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ।

publive-image Image Courtesy of Latestly

ପୁଲିସ କହିବା ଅନୁସାରେ, ନିରାପତ୍ତା ବଳଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ଆତ୍ମରକ୍ଷା ପାଇଁ ସେମାନେ ପାଲଟା ଗୁଳି ଚଳାଇଥିଲେ। ଫଳତଃ, ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଏବେ ମଧ୍ୟ ଜାରି ରହିଥିବା ଏହି ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

କିନ୍ତୁ, ନିହତ ଅନ୍ୟ ଜଣେ ଆତଙ୍କବାଦୀଙ୍କ ପରିଚୟ ଓ ସଙ୍ଗଠନ ଜଣାପଡ଼ିନହିଁ। ଏ ସଂକ୍ରାନ୍ତରେ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ନିକଟ ଅତୀତରେ ଜମ୍ମୁ ଓ କଶ୍ମୀରରେ ସାଧାରଣ ନାଗରିକମାନଙ୍କ ହତ୍ୟା ଘଟଣା ପରେ ହୋଇଥିବା ୮ଟି ଏନ୍‌କାଉଣ୍ଟର୍‌ରେ ସମୁଦାୟ ୧୫ଜଣ ଆତଙ୍କବାଦୀ ନିପାତ ହେଲେଣି। ସାଧାରଣ ନାଗରିକ ହତ୍ୟା ଘଟଣା ପରେ ପରେ ବହୁସଂଖ୍ୟକ ଆତଙ୍କବାଦୀ ଦକ୍ଷିଣ କଶ୍ମୀରକୁ ଧାଇଁ ପଳାଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe