ସିସିଟିଭିରୁ ମିଳିଲା ଜମ୍ମୁ ଓ କଶ୍ମୀର ବିଜେପି ନେତା ଓ ପରିବାର ଦୁଇ ସଦସ୍ୟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ଫଟୋ

Advertisment
ସିସିଟିଭିରୁ ମିଳିଲା ଜମ୍ମୁ ଓ କଶ୍ମୀର ବିଜେପି ନେତା ଓ ପରିବାର ଦୁଇ ସଦସ୍ୟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ଫଟୋ

Image Courtesy of India Today

ନୂଆଦିଲ୍ଲୀ: ବିଜେପି ନେତା ଶେଖ୍ ୱାସୀମ୍ ବାରି ଏବଂ ତାଙ୍କ ପରିବାର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରାଯିବା ଘଟଣାରେ ଲଶ୍କର୍‌-ଏ-ତୈବା ଆତଙ୍କବାଦୀ ସଂପୃକ୍ତ ଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ପ୍ରମାଣ ପାଇଛନ୍ତି।

ଜମ୍ମୁ ଓ କଶ୍ମୀର ପୁଲିସ ଯାଞ୍ଚ କରିଥିବା ସିସିଟିଭି ଫୁଟେଜ୍‌ରୁ ଏହି ପ୍ରମାଣ ମିଳିଛି। ବିଜେପି ନେତା ଏବଂ ତାଙ୍କର ପରିବାରର ଦୁଇ ସଦସ୍ୟଙ୍କୁ ହତ୍ୟା କରାଯିବାର ଅଳ୍ପ ସମୟ ପୂର୍ବରୁ ଆତଙ୍କବାଦୀମାନଙ୍କ ଗତିବିଧି ଏହି ଫୁଟେଜ୍‌ରେ ଉତ୍ତୋଳିତ ହୋଇଛି। ବିଜେପି ନେତା ଶେଖ୍ ୱାସୀମ ବାରି, ତାଙ୍କ ଭାଇ ଉମର ସୁଲତାନ ଏବଂ ବାପା ବଶିର ଅହମଦ୍ ଶେଖ୍‌ଙ୍କୁ ଗତରାତି ପ୍ରାୟ ୯ଟା ବେଳେ ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡରେ ଜଡ଼ିତ ଦୁଇଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଅନ୍ୟୁନ ଜଣେ ପାକିସ୍ତାନୀ ଆତଙ୍କବାଦୀ। ଅନ୍ୟଜଣକ ସ୍ଥାନୀୟ ଆତଙ୍କବାଦୀ। ଏହି ମାମଲା ସମ୍ବନ୍ଧରେ ସୁବିସ୍ତୃତ ସୂଚନା ପାଇଁ ପୁଲିସ ଫୁଟେଜ୍ ସ୍କାନିଙ୍ଗ୍‌ କରୁଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି ତଲାସ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe