ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍‌ ଠାରେ ଏନ୍‌କାଉଣ୍ଟର୍‌ ଯୋଗୁଁ ତିନି ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍‌ ଠାରେ ଏନ୍‌କାଉଣ୍ଟର୍‌ ଯୋଗୁଁ ତିନି ଆତଙ୍କବାଦୀ ନିହତ

କୁଲ୍‌ଗାମ୍‌: ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ ଜିଲ୍ଲାର ଲାରୁ ଅଞ୍ଚଳରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନି ଜଣ ଆତଙ୍କବାଦୀ ନିହତ ହୋଇ ଛନ୍ତି।

ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳି ପାରି ନାହିଁ।

ଜମ୍ମୁ ଓ କଶ୍ମୀର ପୁଲିସ ଲାରୁ ଠାରେ ପ୍ରଥମେ ଆରମ୍ଭ କରି ଥିବା କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ପରେ ଏନ୍‌କାଉଣ୍ଟ୍‌ରରେ ରୂପାନ୍ତର ହୋଇ ଥିଲା। ପୂର୍ବରୁ ପୁଲିସ କହିଥିଲା ଯେ ଗୋଟିଏ ଘରେ ଦୁଇ ତିନି ଜଣ ଆତଙ୍କବାଦୀ ଛକି ରହି ଛନ୍ତି।

ଦୁଇ ଦିନ ଉତ୍ତର କଶ୍ମୀରର ବାଳମୂଳା ଜିଲ୍ଲା ଅନ୍ତର୍ଗତ କ୍ରାଲ୍‌ହାର୍‌ ଅଞ୍ଚଳରେ ପୁଲିସମାନଙ୍କୁ କଆକ୍ରମଣ କରିବାରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

ନିହତ ଆତଙ୍କବାଦୀ ନିକଟରୁ ଅଣ୍ଡର୍‌ ବାରେଲ୍‌ ଗ୍ରେନେଡ୍‌ ଲଞ୍ଚର୍‌ ଲଗା ଦୁଇଟି ଏକେ-୪୭ ରାଇଫଲ୍‌, ତିନିଟି ଗ୍ରେନେଡ୍‌, ଦୁଇଟି ଚୀନ୍‌ ନିର୍ମିତ ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe