ଇଡିକୁ ଭୟ କରି ମୁର୍ମୁଙ୍କୁ ସମର୍ଥନ କରିଥିବା ଚର୍ଚ୍ଚା ମଧ୍ୟରେ ପ୍ରକୃତ କାରଣ ଜଣାଇଲେ ହେମନ୍ତ ସୋରେନ

Advertisment
ଇଡିକୁ ଭୟ କରି ମୁର୍ମୁଙ୍କୁ ସମର୍ଥନ କରିଥିବା ଚର୍ଚ୍ଚା ମଧ୍ୟରେ ପ୍ରକୃତ କାରଣ ଜଣାଇଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ: କଂଗ୍ରେସ ସମର୍ଥନ କରି ନଥିଲେ ବି ଝାଡଖଣ୍ଡରେ କଂଗ୍ରେସ ସହ ସରକାର ଚଳାଉଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା। ଜେଏମଏମ ସମର୍ଥନ ଘୋଷଣା କରିବା ପରଠାରୁ ଝାଡଖଣ୍ଡର ରାଜନୈତିକ ବାତାବରଣ ଉତ୍ତପ୍ତ ହୋଇପଡିଛି। ଜେଏମଏମର ଏଭଳି ନିଷ୍ପତ୍ତି ପ‌ରେ ଜେଏମଏମ-କଂଗ୍ରେସ ମେଣ୍ଟ ଖୁବ୍ ଶୀଘ୍ର ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଇଡିର ରାଡାରରେ ଆସିଥିବା ବେଳେ ଯାଞ୍ଚରୁ ବଞ୍ଚିବା ପାଇଁ  ଜେଏମଏମ ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିକୁ ସମର୍ଥନ କରିଥିବା କୁହାଯାଉଛି। ତେବେ ଏହି ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି।

publive-image

ଏକ ଟିଭି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଛନ୍ତି ଯେ ତାଙ୍କ ନିଷ୍ପତ୍ତିର ଇଡି-ସିବିଆଇ ତଦନ୍ତ ସହିତ କୌଣସି ସମ୍ପର୍କ ନାହିଁ। ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ହୋଇଥିବାରୁ ମୁର୍ମୁଙ୍କୁ ସମର୍ଥନ କରିଛୁ। ଆ‌ମେ ଏକ ଏଭଳି ବର୍ଗର ମହିଳାଙ୍କୁ ଭୋଟ୍ ଦେଇଛୁ, ଯେଉଁ ବର୍ଗ ଦୀର୍ଘ ଦିନର ସଂଘର୍ଷ ପରେ ଯାଇ କିଛି ହାସଲ କରିବାରେ ସଫଳ ହୁଅନ୍ତି। ଆଜି ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଏହା ମୋ ପାଇଁ ଏତେ ସହଜ ନ ଥିଲା। ଆଦିବାସୀ ସମାଜର ଲୋକମାନେ ବହୁତ କଷ୍ଟରେ ନିଜ ସ୍ଥାନ ତିଆରି କରିବାକୁ ସକ୍ଷମ ହୁଅନ୍ତି। ଏହାକୁ ନଜର ରଖି ଆମେ ମୁର୍ମୁଜୀଙ୍କୁ ସମର୍ଥନ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe