ଦ୍ରୌପଦୀ ମୁର୍ମୁଙ୍କୁ ଜେଏମ୍‌ଏମ୍‌ର ସମର୍ଥନ

ଦ୍ରୌପଦୀ ମୁର୍ମୁଙ୍କୁ ଜେଏମ୍‌ଏମ୍‌ର ସମର୍ଥନ

ନୂଆଦିଲ୍ଲୀ: ଏନଡିଏର ରା‌ଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଆଜି ସମର୍ଥନ ଘୋଷଣା କରିଛି। ଶିବସେନା ପରେ ଜେଏମଏମ ମୁର୍ମୁଙ୍କୁ ସମର୍ଥନ କରିବା ଦ୍ବାରା ବିରୋଧୀ ମେଣ୍ଟକୁ ବଡ଼ ଝଟ୍‌କା ଲାଗିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ବାଧୀନ ଜେଏମଏମ ଝାଡ଼ଖଣ୍ଡରେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। କିନ୍ତୁ ଜେଏମଏମର ଏଭଳି ନିଷ୍ପତ୍ତି ଦ୍ବାରା କଂଗ୍ରେସର ଅଡ଼ୁଆ ବଢ଼ିଛି। ଉଲ୍ଲେଖଯୋଗ୍ୟ, ମୁର୍ମୁ ପୂର୍ବରୁ ଝାଡ଼ଖଣ୍ଡ ଗସ୍ତ କରି ଶାସକ ‌ଜେଏମଏମଠାରୁ ସମର୍ଥନ ଲୋଡ଼ିଥିଲେ। ଦ୍ରୌପଦୀ ଜେଏମଏମ କାର୍ଯ୍ୟକାରୀ ସଭାପତି ଶିବୁ ‌ସୋରେନ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ମୁର୍ମୁ ଏବଂ ସୋରେନ ଉଭୟ ଆଦିବାସୀ ନେତା। ମୁର୍ମୁ ଝାଡ଼ଖଣ୍ଡରେ ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କର ସମର୍ଥନ ଚାହିଥିଲେ। ଶିବସେନା ପରେ ଜେଏମ୍‌ଏମ୍‌ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ବିରୋଧୀ ଶିବିରକୁ ବଡ଼ ଝଟ୍‌କା ଦେଇଛି। ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ ଏଡ଼ାଇ ଚାଲିଥିବାରୁ ମୁର୍ମୁ ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe