କରୋନା ସଂକ୍ରମଣ: ଜେଏନ୍‌ୟୁ ଛାତ୍ରାବାସ ଖାଲି କରିବାକୁ ଜାରିହେଲା ନିର୍ଦ୍ଦେଶ; ଛାତ୍ରଛାତ୍ରୀଙ୍କ ବିରୋଧ

କରୋନା ସଂକ୍ରମଣ: ଜେଏନ୍‌ୟୁ ଛାତ୍ରାବାସ ଖାଲି କରିବାକୁ ଜାରିହେଲା ନିର୍ଦ୍ଦେଶ; ଛାତ୍ରଛାତ୍ରୀଙ୍କ ବିରୋଧ

India Tv

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣ ଥମିବାର ନାଁ ଧରୁ ନଥିବା ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ପରିସ୍ଥିତିରେ ଏବେ ସରକାରଙ୍କ ପକ୍ଷରୁ ରେଳ ଓ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଚି। ତେଣୁ, ଏବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରଛାତ୍ରୀମାନଙ୍କୁ ଅବିଳମ୍ବେ ଛାତ୍ରାବାସ ଖାଲି କରିବାକୁ ଆଜି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଆଜି ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଛାତ୍ରଛାତ୍ରୀମାନଙ୍କୁ ଅବିଳମ୍ବେ ଛାତ୍ରାବାସ ଖାଲି କରିବାକୁ କୁହାଯିବା ସହ ଆସନ୍ତା ଜୁନ୍‌ ୨୫ କିମ୍ବା ତା’ପରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବାପରେ ଆସିବାକୁ କହୁଯାଇଛି। ତେବେ, ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ କେନ୍ଦ୍ରକରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବହୁ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କ ଏ ନିଷ୍ପତ୍ତିକୁ ବିରୋଧ କରିବା ସହ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe