ଜେଏନ୍‌ୟୁ କ୍ୟାମ୍ପସ୍‌ରୁ ଛାତ୍ର ନିରୁଦ୍ଦିଷ୍ଟ: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୁଲିସ

Advertisment
ଜେଏନ୍‌ୟୁ କ୍ୟାମ୍ପସ୍‌ରୁ ଛାତ୍ର ନିରୁଦ୍ଦିଷ୍ଟ: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୁଲିସ

Image Courtesy of India Today

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରୁ ଜଣେ ପିଏଚ୍‌ଡି ଛାତ୍ର ନିରୁଦ୍ଦେଶ ହେବା ମାମଲାର ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ।

ସୋମବାର ଅପରାହ୍ଣରୁ ଜେଏନ୍‌ୟୁସ୍ଥିତ ସ୍କୁଲ୍‌ ଅଫ୍‌ ଲଇଫ୍‌ ସାଇନ୍‌ସେସ୍‌ର ଗବେଷକ ଛାତ୍ର ମୁକୁଳ ଜୈନ ନିଖୋଜ ହୋଇ ଯାଇଥିଲେ।

ଶେଷ ଥର ପାଇଁ ମଧ୍ୟାହ୍ନ ୧୨ଟା ବେଳେ ସେ ଏସ୍‌ଏଲ୍‌ଏସ୍‌ ଲ୍ୟାବ୍‌ରେ ତାଙ୍କୁ କେତେକ ଦେଖିଥିବା କଥା କହୁଛନ୍ତି। କିନ୍ତୁ, ସେ ଅପରାହ୍ଣ ସାଢ଼େ ବାରଟାବେଳେ ଜେଏନ୍‌ୟୁ କ୍ୟାମ୍ପସ୍‌ ଛାଡ଼ିଥିବା କଥା ସିସିଟିଭି ଫୁଟେଜ୍‌ରୁ ଜଣାପଡୁଛି।

ସୋମବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ। କ୍ୟାମ୍ପସ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖି କର୍ତ୍ତୃପକ୍ଷମାନେ ଦେଖିବାକୁ ପାଇଥିଲେ ଯେ ୪ ନମ୍ବର ଗେଟ୍‌ ଦେଇ ଜୈନ୍‌ ଯାଉଛି।

ପରେ ଲ୍ୟାବ୍‌ରୁ ମୁକୁଳ ଜୈନ୍‌ଙ୍କ ମୋବାଇଲ୍‌ ଫୋନ୍‌ ଏବଂ ଓ୍ଵାଲେଟ୍‌ ମିଳିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗାଜିଆବାଦ ବାସିନ୍ଦା ଜୈନ କଲେଜର ଜଣେ ଛାତ୍ରୀଙ୍କ ସହ ଡେଟିଙ୍ଗ୍‌ କରୁଥିଲେ। କିନ୍ତୁ ପରିବାର ଚାପରେ ପଡ଼ି ସେ ନିକଟ ଅତୀତରେ ସେ ସମ୍ପର୍କକୁ ଜଳାଞ୍ଜଳି ଦେଇଥିଲେ। ଏଥିପାଇଁ ସେ ଅସୁଖୀ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe