Hindustan Times
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ କୋଲକାତା ଗସ୍ତରେ ଥିବାବେଳେ ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ତାଙ୍କ ବିରୋଧରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମୋଦୀଙ୍କ ବିରୋଧରେ ଐଶୀ ଜାରି କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ବାର୍ତ୍ତାରେ ଐଶୀ କହିଛନ୍ତି, ମୋଦୀ ଆଜି ପଶ୍ଚିମବଙ୍ଗ ଆସୁଛନ୍ତି। ବିଜେପି ଦେଶବ୍ୟାପୀ ବିଭାଜନକାରୀ ରାଜନୀତି କରୁଛି ଏବଂ ମୋଦୀ-ମମତା ବିଭାଜନକାରୀ ରାଜନୀତିରେ ହାତ ମିଳାଇଛନ୍ତି। ତେଣୁ ଏହି ବିଭାଜନକାରୀ ରାଜନୀତିକୁ ବିରୋଧ କରିବାପାଇଁ ପଶ୍ଚିମବଂଗବାସୀ ଏକଜୁଟ୍ ହେବାକୁ ପଡ଼ିବ ବୋଲି ଐଶୀ କହିଛନ୍ତି।
Follow Us