ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ: ସମର୍ଥନରେ ବାହାରିଲା ଡିୟୁ ଛାତ୍ର ସଂଗଠନ

Advertisment
ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ: ସମର୍ଥନରେ ବାହାରିଲା ଡିୟୁ ଛାତ୍ର ସଂଗଠନ

News18

ନୂଆଦିଲ୍ଲୀ: ହଷ୍ଟେଲ୍‌ ଫି ବୃଦ୍ଧି ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଜେଏନ୍‌ୟୁ ଛାତ୍ର ସଂସଦ ଗତ ପ୍ରାୟ ୩ ସପ୍ତାହ ହେଲା ଚଳାଇଥିବା ଆନ୍ଦୋଳନକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ (ଡିୟୁ)ର ଛାତ୍ର ସଂଗଠନ ସମର୍ଥନ ଜଣାଇଛି। ଜେଏନ୍‌ୟୁ ହଷ୍ଟେଲ୍‌ ଫି ବୃଦ୍ଧିକୁ ବିରୋଧ କରି ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା‌ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଅକ୍ଷିତ୍‌ ଧାଇୟା ଏବଂ ଏବିଭିପିର ରାଜ୍ୟ ସମ୍ପାଦକ ସିଦ୍ଧା‌ର୍ଥ ଯାଦବ ପ୍ରମୁଖ ଅଟକ ଥିଲେ। ସେହିଭଳି ଯାଦବପୁର ବିଶ୍ବବିଦ୍ୟାଳୟ ଛାତ୍ରସଂସଦ ମଧ୍ୟ ଜେଏନୟୁ ଛାତ୍ରଙ୍କ ଦାବିକୁ ସମର୍ଥନ ଜଣାଇ ଆନ୍ଦୋଳନ କରାଯାଇଛି। ଜେଏନ୍‌ୟୁ ହଷ୍ଟେଲ୍‌ ଫି ବୃଦ୍ଧିକୁ ଏବିଭିପି ମଧ୍ୟ ବିରୋଧ କରିଛି। ଏବିଭିପି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ ଇସ୍ତଫା ଦାବି କରିଥିଲା।

ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, କଂଗ୍ରେସ ସହିତ ଶିବସେନା ଏବଂ ଏନସିପି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବେ। ଶ୍ରୀ ରାଉତ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଡିସେମ୍ବର ପୂର୍ବରୁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ଆବଶ୍ୟକ। ସେ ସାମ୍ବାଦିକମାନଙ୍କୁ ଏହା ମଧ୍ୟ କହିଛନ୍ତି ସୋନିଆ ଗାନ୍ଧୀ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଚଳିତ ସପ୍ତାହରେ ବୈଠକ ହେବାର ସମ୍ଭାବନା ନାହିଁ। ମହାରାଷ୍ଟ୍ରରେ ସରକାର ଗଠନ ହେଲେ ତାହାର ରୂପରେଖ କ’ଣ ହେବ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଛି। ତେବେ ଶିବସେନା ନେତା ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଏବଂ ଏନସିପିର ନେତାମାନେ ଉପମୁଖ୍ୟମନ୍ତ୍ରୀ ପଦରେ ବସିବେ। କିନ୍ତୁ ଏବେ ଏହା ଆଲୋଚନା ହେଉଛି ଯେ ମୁଖ୍ୟମନ୍ତ୍ରୀ ପଦ ଶିବସେନା ଏବଂ ଏନସିପି ମଧ୍ୟରେ ଅଢ଼େଇ ବର୍ଷ ଲେଖାଏଁ ଭାଗବଣ୍ଟା ହେବ। କଂଗ୍ରେସ ନେତା ୫ ବର୍ଷ କାଳ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଚର୍ଚ୍ଚା ହେଉଛି।

ମେଣ୍ଟ ରୂ‌ପରେଖ ନେଇ ଆଜି ଆଲୋଚନା: ଚୌହାନ
ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ଆଲୋଚନା ହୋଇଛି। ତିନି ଦଳକୁ ନେଇ ଗଠନ ହେବାକୁ ଥିବା ସରକାରର ରୂପରେଖ ଉପରେ ଶୁକ୍ରବାର ମୁମ୍ବାଇଠାରେ ଆଲୋଚନା ହେବ ବୋଲି କୁହାଯାଇଛି। କଂଗ୍ରେସ-ଏନସିପି ବୈଠକ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ସାମ୍ବାଦିକମାନଙ୍କୁ କହିଛନ୍ତି, ସବୁ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ ପାଇଛି। ସବୁ ଦଳ ମିଶି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଘୋଷଣା କରିବା ସମୟରେ ୩ ଦଳ ମଧ୍ୟରେ କ୍ଷମତା ଆବଣ୍ଟନ ସମ୍ପର୍କରେ ସୂଚନା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe