**EDS: RPT WITH DATE CORRECTION**New Delhi: Jawaharlal Nehru University students are baton charged by police during a protest march towards Parliament, on the first day of the Winter Session, demanding a total rollback of the hostel fee hike, in New Delhi, Monday, Nov. 18, 2019. The students, who were holding a protest on the university's premises for the last three weeks, hit the streets seeking to get the attention of Parliament about their demands, asserting they will not relent until the government withdraws the hike. (PTI Photo/Ravi Choudhary)(PTI11_18_2019_000154B)
ନୂଆଦିଲ୍ଲୀ: ଜେଏନ୍ୟୁ (ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ) ଛାତ୍ର ଆନ୍ଦୋଳନ ଆଜି ପୁଣି ହିଂସାତ୍ମକ ରୂପ ନେଇଛି। ହଷ୍ଟେଲ୍ ଫି ବୃଦ୍ଧି ପ୍ରସଙ୍ଗର ଛାତ୍ରମାନେ ରାଷ୍ଟ୍ରପତି ଭବନ ଆଡ଼କୁ ଆନ୍ଦୋଳନରେ ଯାଉଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ସରୋଜିନୀ ନଗର ଅଞ୍ଚଳରେ ପୁଲିସ ଆନ୍ଦୋଳନରତ ଛାତ୍ରମାନଙ୍କୁ ଅଟକାଇଥିଲା। ପୁଲିସ ଭିକାଜୀ କାମା ପ୍ଲେସ୍ ମେଟ୍ରୋ ଷ୍ଟେସନ୍କୁ ଘେରାଉ କରି ରଖିଥିବାବେଳେ ଆନ୍ଦୋଳନରତ ଛାତ୍ରମାନେ ଏହି ଅଞ୍ଚଳରେ ଥିବା ବ୍ୟାରିକେଡ୍ ଡେଇଁ ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ଫଳରେ ପୁଲିସ ଆନ୍ଦୋଳନରତ ଛାତ୍ରଙ୍କ ଉପରେ ଲାଠିମାଡ଼ କରିଥିଲା। ହଷ୍ଟେଲ୍ ଫି ବୃଦ୍ଧି ସଂକ୍ରାନ୍ତ ଦାବିରେ ଜେଏନ୍ୟୁ ଛାତ୍ର ସଂଗଠନ ଦ୍ବାରା ଦୀର୍ଘ ମାସେ ବ୍ୟାପୀ ଆନ୍ଦୋଳନ କରିବା ସତ୍ତ୍ବେ ଛାତ୍ର ସଂଗଠନର ଦାବିକୁ ଜେଏନ୍ୟୁ ପ୍ରଶାସନ ଦ୍ବାରା ପ୍ରତ୍ୟାଖ୍ୟାନ କରାଯାଇଛି। ତେଣୁ ଛାତ୍ରମାନେ ବିଶ୍ବବିଦ୍ୟାଳୟ ପରିସରରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିଲେ। ଜେଏନ୍ୟୁ ଛାତ୍ର ସଂଗଠନ ମଧ୍ୟ ଏନେଇ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଏକ ମେଲ୍ କରିଥିଲା। ଉଲ୍ଲେଖଯୋଗ୍ୟ ଗତମାସରେ ଛାତ୍ର ଆନ୍ଦୋଳନ ପରେ ବିଶ୍ବବିଦ୍ୟାଳୟ ଦ୍ବାରା ହଷ୍ଟେଲ୍ ଫି ବୃଦ୍ଧିକୁ ଆଂଶିକ କମାଯାଇଥିଲା। କିନ୍ତୁ ଛାତ୍ର ଗୋଷ୍ଠୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଆଜି ସକାଳେ ପୁଲିସ ଜେଏନ୍ୟୁରେ ସୁରକ୍ଷା କଡ଼ାକଡ଼ି କରିଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବାପାଇଁ ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟର ପ୍ରତ୍ୟେକ ଗେଟ୍ରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଆନ୍ଦୋଳନ ପାଇଁ ଉଧୋଗଭବନରେ ଦିଲୀ ମେଟ୍ରୋ, ଲୋକ କଲ୍ୟାଣ ମାର୍ଗ ଏବଂ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନ୍ ଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାରା ବନ୍ଦ ରହିଥିଲା। ଗତ ନଭେମ୍ବରରେ ମଧ୍ୟ ଜେଏନ୍ୟୁ ଛାତ୍ରମାନେ ସଂସଦ ଆଡ଼କୁ ଆନ୍ଦୋଳନ ଯାତ୍ରା କରିଥିଲେ। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିୟାଲ ରାଜ୍ୟସଭାରେ କହିଥିଲେ ଯେ ହଷ୍ଟେଲ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଇଁ ଦୀର୍ଘ ୪୦ ବର୍ଷ ପରେ ଜେଏନ୍ୟୁ ହଷ୍ଟେଲ୍ ଫି ବୃଦ୍ଧି କରିଛି।
Follow Us