ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା ଜେଏନ୍‌ୟୁର ପ୍ରଫେସରଙ୍କୁ; ଥାନାରେ ଏଫ୍‌ଆଇଆର ପରେ ତଦନ୍ତ ଆରମ୍ଭ କଲା ପୋଲିସ୍‌

ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା ଜେଏନ୍‌ୟୁର ପ୍ରଫେସରଙ୍କୁ; ଥାନାରେ ଏଫ୍‌ଆଇଆର ପରେ ତଦନ୍ତ ଆରମ୍ଭ କଲା ପୋଲିସ୍‌

ନୂଆଦିଲ୍ଲୀ: ଖୋଦ୍‌ ନୂଆଦିଲ୍ଲୀରେ ଅବସ୍ଥିତ ଦେଶର ଅନ୍ୟତମ ଖ୍ୟାତିସଂପନ୍ନ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଜନୈକ ପ୍ରଫେସରଙ୍କ ବିରୋଧରେ ଛାତ୍ରୀମାନେ ଯୌନ ନିର୍ଯାତନା ଆଣିବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି।

ଜେଏନୟୁର ଗୋଟିଏ ଗୋଷ୍ଠୀ ଛାତ୍ରୀ ଶୁକ୍ରବାର ‘ସ୍କୁଲ ଅଫ୍‌ ଲାଇଫ୍‌ ସାଇନ୍ସ’ (ଏସ୍‌ଏଲ୍‌ଏସ୍‌)ର ପ୍ରଫେସର ଅତୁଲ ଜୋହରୀଙ୍କ ବିରୋଧରେ ଏକ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯେ ପ୍ରଫେସର ଜୋହରୀ ସ୍କୁଲ ଅଫ୍‌ ଲାଇଫ୍‌ ସାଇନ୍ସର ପ୍ରତ୍ୟେକ ଛାତ୍ରୀଙ୍କ ପ୍ରତି ଅଶ୍ଲୀଳ ମନ୍ତବ୍ୟ ଦେବା ସହ ଛାତ୍ରୀମାନଙ୍କ ଶରୀର ଗଠନକୁ ନେଇ ଟିପ୍ପଣି ଦିଅନ୍ତି ଓ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ସିଧାସଳଖ ଛାତ୍ରୀମାନଙ୍କୁ ବାଧ୍ୟ କରନ୍ତି। ଯେଉଁ ଛାତ୍ରୀ ଏହାର ପ୍ରତିିବାଦ କରେ, ସେ ତା’ ଉପରେ ଆକ୍ରୋଶ ରଖିବା ସହ ତା’କୁ ନାନା ବାଗରେ ହଇରାଣ ହରକତ କରନ୍ତି ବୋଲି ସ୍କୁଲ ଅଫ୍‌ ଲାଇଫ୍‌ ସାଇନ୍ସର ଛାତ୍ରୀମାନେ ଅଭିଯୋଗ କରିବା ସହ ଏସଂପର୍କରେ ନୂଆଦିଲ୍ଲୀର ଉତ୍ତର ବସନ୍ତକୁଞ୍ଜ ପୋଲିସ୍‌ ଥାନାରେ ପ୍ରଫେସର ଜୋହରୀଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଆଗତ କରିଛନ୍ତି। ଛାତ୍ରୀମାନଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ୍‌ ପ୍ରଫେସର ଜୋହରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ଧାରା ୩୫୪ ଧାରା ୫୦୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ କିଛିଦିନ ତଳେ ସ୍କୁଲ ଅଫ୍‌ ଲାଇଫ୍‌ ସାଇନ୍ସର ଜନୈକା ୨୬ ବର୍ଷ ବୟସ୍କା ମହିଳା ଛାତ୍ରୀ ପ୍ରଫେସର ଜୋହରୀଙ୍କ ଏପ୍ରକାର ଯୌନ ନିର୍ଯାନତା ସହି ନପାରି ଜେଏନ୍‌ୟୁ ଛାଡ଼ି ପଳାଇ ଯାଇଥିଲେ। ପରେ ତାଙ୍କୁ ତାଙ୍କର ଏକ ସଂପର୍କୀୟଙ୍କ ଘରେ ଠାବ କରାଯାଇଥିଲା। ପରେ ସଂପୃକ୍ତା ଛାତ୍ରୀ ଜଣଙ୍କ ପ୍ରଫେସର ଜୋହରୀଙ୍କ ନିକଟକୁ ପଠାଇଥିବା ଏକ ଇ-ମେଲରେ ଲେଖିଛନ୍ତି ଯେ ଆପଣଙ୍କ ପରି ଜଣେ ଚରିତ୍ରହୀନ ବ୍ୟକ୍ତଠାରୁ ଶିକ୍ଷା ଗ୍ରହଣ କରିବାକୁ ମୁଁ ଚାହୁଁନାହିଁ। ସେଥିପାଇଁ ମୁଁ ଅନୁଷ୍ଠାନ ଛାଡ଼ିବାକୁ ବାଧ୍ୟ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe