Free Press Journal
ନୂଆଦିଲ୍ଲୀ: ଜେଏନ୍ୟୁରେ ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତିକୁ ବିକୃତ କରିବା ଘଟଣାରେ ଦିଲ୍ଲୀ ପୁଲିସ ଏଥିରେ ଜଡ଼ିତ ଛାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ସୂଚନାଯୋଗ୍ୟ, ବିଭିନ୍ନ ଦାବି ନେଇ ଛାତ୍ରମାନେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ କେତେକ ଛାତ୍ର ବିଶ୍ବବିଦ୍ୟାଳୟ ପରିସରରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତିକୁ ବିକୃତ କରିଥିଲେ। ଏହା ବିରୋଧରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ଏଫ୍ଆଇଆର୍ ଦେବା ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଛାତ୍ରମାନେ କହିଛନ୍ତି ଯେ, ଏହି ଘଟଣାରେ ସେମାନଙ୍କର ସମ୍ପୃକ୍ତି ନାହିଁ। ଏହା କୌଣସି ଦୁର୍ବୃତ୍ତ ତଥା ଅଣ ଛାତ୍ରଙ୍କର କାମ ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ପୁଲିସ ଏହି ମାମଲାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
Follow Us