ଜେଏନ୍‌ୟୁ ହିଂସା: ଏବିଭିପି ଓ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ

Advertisment
ଜେଏନ୍‌ୟୁ ହିଂସା: ଏବିଭିପି ଓ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ

The Indian Express

ନୂଆଦିଲ୍ଳୀ: ଦିଲ୍ଳୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ ବିବାଦ ଦେଖିବାକୁ ମିଳିଛି। ଜେଏନୟୁ ପରିସରରେ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ଛାତ୍ର ଏବଂ ବାମପନ୍ଥୀ ଗୋଷ୍ଠୀ ମଧ୍ୟରେ ସ୍କୁଲ ଅଫ୍ ଲାଙ୍ଗୁଏଜ୍‌ ନିର୍ବାଚନ କମିଟିର ସଦସ୍ୟ ଚୟନକୁ ନେଇ ବିବାଦ ଉପୁଜିଥିବା ଦେଖିବାକୁ ମିଳିଛି।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଏନେଇ ଏକ ଏକ୍ସ ପୋଷ୍ଟ୍‌ କରି ସୂଚନା ଦେଇଛି। ଏଏନ୍‌ଆଇ ଲେଖିଛି, ‘‘ଗତକାଲି ରାତିରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଏବିଭିପି ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସ୍କୁଲ ଅଫ୍ ଲାଙ୍ଗୁଏଜ୍‌ ନିର୍ବାଚନ କମିଟିର ସଦସ୍ୟ ଚୟନକୁ ନେଇ ଏହି ବିବାଦ ଉପୁଜିଛି।’’

ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି । ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡି ଧରି ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଛନ୍ତି ।

ସ୍କୁଲ ଅଫ୍ ଲାଙ୍ଗୁଏଜର ନିର୍ବାଚନ ସମିତି ଚୟନକୁ ନେଇ ପୂର୍ବରୁ ଫେବ୍ରୁଆରି ୧୦ରେ ବିବାଦ ଉପୁଜିଥିଲା । ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି । ସେହିପରି ଦିଲ୍ଲୀ ପୁଲିସ କହିଛି କି ଉଭୟ ପକ୍ଷ ଅଭିଯୋଗ କରିଛନ୍ତି । ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe