ଜେଏନ୍‌ୟୁ ହିଂସା: ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କଲା ଦିଲ୍ଲୀ ପୁଲିସ

Advertisment
ଜେଏନ୍‌ୟୁ ହିଂସା: ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କଲା ଦିଲ୍ଲୀ ପୁଲିସ

Image Source: India Today

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ସୋମବାର ଦିନ ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି।

ବିଶ୍ୱବିଦ୍ୟାଳୟ ମଧ୍ୟରେ ହିଂସାକାଣ୍ଡ ଘଟିବାରୁ କେତେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଚିକିତ୍ସା କରାଯିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଦିଆଯାଇଛି।

ବ୍ୟାପକ ନିରାପତ୍ତା କର୍ମଚାରୀ ମୁତୟନ କରାଯାଇ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ କଠୋର ନିରାପତ୍ତା ବ୍ୟବସ୍ଥା କରାଯାଇଛି। ପରିଚୟ ପତ୍ର ଦେଖାଇବା ପରେ ଯାଇ ଛାତ୍ରଛାତ୍ରୀମାନଙ୍କୁ ଭିତରକୁ ଛଡ଼ାଯାଉଛି।

ବିଶ୍ୱବିଦ୍ୟାଳୟର ସବୁ ହଷ୍ଟେଲ୍‌, ପ୍ରଶାସନିକ ବ୍ଲକ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପରିସର ମଧ୍ୟକୁ ଗଣମାଧ୍ୟମ ସମେତ ଅନ୍ୟାନ୍ୟ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।

publive-image Image Source: Hindustan Times

ଶୁଣାଯାଉଛି, ‘ଜେଏନ୍‌ୟୁ’ ହିଂସା ମାମଲାକୁ ଦିଲ୍ଲୀ ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର କରିପାରେ। ରବିବାର ରାତିରେ ‘ଜେଏନ୍‌ୟୁ’ ପରିସର ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ଚିହ୍ନଟ କରିବାରେ ପୁଲିସ ସଫଳ ହୋଇଛି।

ରବିବାର ସନ୍ଧ୍ୟାରେ ମୁହଁ ଢାଙ୍କିଥିବା ଦଳେ ପୁରୁଷ ଓ ମହିଳା ବାଡ଼ି, ଲୁହାଛଡ଼ ଏବଂ ଏସିଡ୍‌ ଧରି ‘ଜେଏନ୍‌ୟୁ’ ପରିସରରେ ହିଂସା କାଣ୍ଡ ଭିଆଇଥିଲେ। ‘ଏବିଭିପି’ ସହ ସମ୍ପୃକ୍ତ ବୋଲି କୁହାଯାଉଥିବା ସେ ମୁହଁଢଙ୍କା ଦୁର୍ବୃତ୍ତମାନେ ପରିସର ମଧ୍ୟରେ ହଙ୍ଗାମା କରି କାଚ ଆଦି ଭାଙ୍ଗିବା ସହ ହଷ୍ଟେଲ୍‌ ମଧ୍ୟରେ ପଶି ଛାତ୍ରଛାତ୍ରୀ, ଶିକ୍ଷକ ନିର୍ବିଶେଷର ସମସ୍ତଙ୍କୁ ଆକ୍ରମଣ କରିଥିଲେ।

ପରିସରରେ ଦୁଇ ଘଣ୍ଟା ଧରି ଚାଲିଥିବା ଗଣ୍ଡଗୋଳରେ ’ଜେଏନ୍‌ୟୁ’ ଛାତ୍ର ସଂସଦର ସଭାପତି ଐଶେ ଘୋଷଙ୍କ ସମେତ ୨୮ଜଣ ବ୍ୟକ୍ତି ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe