ଜେଏନ୍‌ୟୁ ହିଂସା: ମୁହାଁମୁହିଁ ହେଲେ ଏବିଭିପି ଓ ବାମପନ୍ଥୀ ଛାତ୍ର ସଂଗଠନ; ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ

ଜେଏନ୍‌ୟୁ ହିଂସା: ମୁହାଁମୁହିଁ ହେଲେ ଏବିଭିପି ଓ ବାମପନ୍ଥୀ ଛାତ୍ର ସଂଗଠନ; ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ

New Indian Express

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ ମଧ୍ୟରେ ଗତକାଲି (ରବିବାର) ବିଳମ୍ବିତ ସନ୍ଧ୍ୟାରେ ଘଟି ଯାଇଥିବା ହିଂସାକୁ କେନ୍ଦ୍ର କରି ଆଜି କ୍ୟାମ୍ପସ୍‌ ପରିସର ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଗତକାଲିର ହିଂସାରେ ସଂପୃକ୍ତ ଥିବା ମୁଖା ପିନ୍ଧା ଦୁର୍ବୃତ୍ତମାନେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବୋଲି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ସିଧାସଳଖ ଅଭିଯୋଗ କଲା ପରେ ଏବେ ଏହାକୁ କେନ୍ଦ୍ର କରି ଏବିଭିପି ଓ ବାମପନ୍ଥୀ ଛାତ୍ର ସଂଗଠନ ମୁହାଁମୁହିଁ ହେବା ସହ ପରସ୍ପର ବିରୋଧରେ ଆରୋପ ପ୍ରତିଆରୋପ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷରେ ଏହି ହିଂସାକୁ କେନ୍ଦ୍ରକରି କ୍ୟାମ୍ପସ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଛାଡ଼ି ଅନ୍ୟତ୍ର ପଳାଇ ଯାଉଛନ୍ତି।

କିଛି ଛାତ୍ର କହିଛନ୍ତି ଯେ ଜେଏନ୍‌ୟୁରେ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ବର୍ଦ୍ଧିତ ଫି’କୁ ବିରୋଧ କରି ଛାତ୍ରଛାତ୍ରୀମାନେ ଗତ ଦୁଇମାସ ଧରି ପ୍ରତିବାଦ ଚଳାଇ ଆସୁଥିଲେ। କିନ୍ତୁ, କର୍ତ୍ତୃପକ୍ଷ ସେମାନଙ୍କ ପ୍ରତିବାଦକୁ ଅଣଦେଖା କରି ସେମାନଙ୍କ ଦାବିକୁ ଗୁରୁତ୍ୱ ନ ଦେବାରୁ ଶେଷରେ ଛାତ୍ରଛାତ୍ରୀମାନେ ସେମିଷ୍ଟାର ପାଇଁ ନିଜ ନିଜର ରେଜିଷ୍ଟ୍ରେସନ୍‌ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଜେଏନ୍‌ୟୁରେ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ଏହି ବର୍ଦ୍ଧିତ ଫି’ର ମଧ୍ୟ ବିରୋଧ କରୁଥିଲେ ବାମପନ୍ଥୀ ଛାତ୍ର ସଂଗଠନ। ଏ ମାମଲାରେ ଜେଏନୟୁର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବାମପନ୍ଥୀ ଛାତ୍ର ସଂଗଠନ ସମର୍ଥନ ଦେଉଥିଲେ। ଜେଏନ୍‌ୟୁ କର୍ତ୍ତୃପକ୍ଷ ସେମିଷ୍ଟାର ରେଜିଷ୍ଟ୍ରେସନ ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଡ଼ି ରହିଥିଲେ। ତେବେ, ଗତ ୩ ଓ ୪ ତାରିଖରେ ଏବିଭିପିର କିଛି ଛାତ୍ର ନେତା ଜେଏନ୍‌ୟୁ କ୍ୟାମ୍ପସକୁ ଆସିବା ସହ ଆସନ୍ତା ୫ ତାରିଖ ସୁଦ୍ଧା ବର୍ଦ୍ଧିତ ଫି’ ଦେଇ ସେମିଷ୍ଟାର ରେଜିଷ୍ଟ୍ରେସନ କାର୍ଯ୍ୟ ଶେଷ କରିବା ପାଇଁ ଧମକ ଚମକ ଦେଇ ଯାଇଥିଲେ। ଏହି ସମୟରେ ଏବିଭିପି ଓ ବାମପନ୍ଥୀ ଛାତ୍ରନେତାଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

publive-image New Indian Express

ତେବେ, ୫ ତାରିଖ ଦିନ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଡ଼ି ରହି ସେମିଷ୍ଟାର ରେଜିଷ୍ଟ୍ରେସନ କରି ନଥିଲେ।  ପରେ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ପ୍ରାୟ ୧୦୦ ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ହକି ଷ୍ଟିକ୍‌, କ୍ରିକେଟ ବ୍ୟାଟ ଠାରୁ ଆରମ୍ଭ କରି ଲାଠି, ରଡ୍‌, ଏସିଡ୍‌ ଓ ଆହୁରି ବହୁ ପ୍ରକାରର ମାରଣାସ୍ତ୍ର ଧରି କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କରିବା ସହ ଗୁଣ୍ଡାରାଜ ଆରମ୍ଭ କରି ଦେଇଥିଲେ। ଏହି ଦୃର୍ବୃତ୍ତମାନେ କ୍ୟାମ୍ପସ ଭିତରେ ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆତଙ୍କରାଜ୍‌ ଚଳାଇଥିଲେ। ଯାହାକୁ ପାଇଲେ ତାକୁ ବାଡ଼େଇ ରକ୍ତାକ୍ତ କରିବା ସହ ଆଖିରେ ଯାହା କିଛି ବି ପଡ଼ିଲା ତାକୁ ବାଡ଼େଇ ଭାଙ୍ଗି ପକାଇଥିଲେ। ଏହି ଦୁର୍ବୃତ୍ତମାନଙ୍କ ଅତର୍କିତ ଆକ୍ରମଣରେ କ୍ୟାମ୍ପସରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨୮ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷଙ୍କୁ ଠାରୁ ଆରମ୍ଭ କରି ଆହୁରି ବହୁ ଛାତ୍ର, ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ଆହତ ହୋଇ ଏବେ ଚିକିତ୍ସାଧୀନ ଥିବା ଜାଣିବାକୁ ମିଳିଛି।  ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍‌ ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିସ୍ଥିିିତିର ମୁକାବିଲା ଲାଗି ପୁଲିସକୁ କ୍ୟାମ୍ପସ ଭିତରେ ଓ ବାହାରେ ମୁତୟନ କରାଯାଇଛି। ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।

publive-image NDTV

ତେବେ, ଜେଏନ୍‌ୟୁ କ୍ୟାମ୍ପସ ମଧ୍ୟରେ ହୋଇଥିବା ଏହି ଗୁଣ୍ଡାରାଜରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପିର) କର୍ମକର୍ତ୍ତାମାନେ ସଂପୃକ୍ତ ଥିବା ନେଇ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ସିଧାସଳଖ ଅଭିଯୋଗ କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍‌ ଦେଇ ୧୦୦ରୁ ଊର୍ଦ୍ଧ୍ଵ ଦୁର୍ବୃତ୍ତ ମୁଖା ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ। କ୍ୟାମ୍ପସରେ ଥିବା ଅନେକ କାର୍‌କୁ ମଧ୍ୟ ସେମାନେ ନଷ୍ଟ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe