ଜେଏନ୍‌ୟୁ ହିଂସା ସରକାରୀ ପ୍ରାୟୋଜିତ ଥିଲା: କଂଗ୍ରେସ

Advertisment

ଜେରା ପାଇଁ ସମନ କଲା ପୁଲିସ

ଜେରା ପାଇଁ ସମନ କଲା ପୁଲିସ

ଜେଏନ୍‌ୟୁ ହିଂସା ସରକାରୀ ପ୍ରାୟୋଜିତ ଥିଲା: କଂଗ୍ରେସ

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ମାମଲାକୁ ନେଇ କଂଗ୍ରେସ ଦ୍ବାରା ଗଠିତ ତଥ୍ୟାନୁସନ୍ଧାନ କମିଟି ତାଙ୍କର ରିପୋର୍ଟ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି। ବିଶ୍ବବିଦ୍ୟାଳୟ କୁଳପତି ଏମ୍‌ ଜଗଦୀଶ କୁମାରଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ ଅପରାଧିକ ତଦନ୍ତ ଆରମ୍ଭ କରିବାକୁ ଏହି ରିପୋର୍ଟରେ ଦାବି କରାଯାଇଛି। ହିଂସା ଘଟଣା ପଛରେ କୁଳପତିଙ୍କ ହାତ ରହିଛି ବୋଲି ଏଥିରେ କୁହାଯାଇଛି। ଏହା ସହିତ ଜେଏନ୍‌ୟୁ ହିଂସାକୁ ସରକାରୀ ପ୍ରାୟୋଜିତ ବୋଲି ମଧ୍ୟ ଏଥିରେ ଦର୍ଶାଯାଇଛି।

ହ୍ବାଟ୍ସଆପ୍‌ ଗ୍ରୁପ୍‌ର ଆଉ ୭ ଜଣ ଚିହ୍ନଟ
ଜେଏନ୍‌ୟୁ ହିଂସାରେ ସାମିଲ ଥିବା ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ର ଆଉ ୭ ଜଣଙ୍କୁ ଦିଲ୍ଲୀ ପୁଲିସ ଚିହ୍ନଟ କରିଛି। ସେମାନଙ୍କୁ ଜେରା ପାଇଁ ସମନ କରାଯାଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଜେଏନ୍‌ୟୁ ହିଂସା ମାମଲାରେ ୪୪ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ନୋଟିସ୍‌ ଜାରି ହୋଇଛି। ହିଂସାରେ ଉଭୟ ବାମପନ୍ଥୀ ଛାତ୍ର ସଂଗଠନ ଏବଂ ଏବିଭିପି ସଦସ୍ୟମାନେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe