ବାଇଡେନଙ୍କ ଶୂନ୍ୟରେ କରମର୍ଦ୍ଦନ

Advertisment
ବାଇଡେନଙ୍କ ଶୂନ୍ୟରେ କରମର୍ଦ୍ଦନ

News18

ୱାସିଂଟନ: ୭୯ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ନର୍ଥ କରୋଲିନା ବିଶ୍ବବିଦ୍ୟାଳୟରେ ଉଦ୍‌ବୋଧନ ଦେବା ସମୟରେ ଶୂନ୍ୟରେ କରମର୍ଦ୍ଦନ କରି ଆମେରିକାବାସୀଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ଗ୍ରୀନ୍ସବୋରୋଠାରେ ଥିବା ନର୍ଥ କରୋଲିନା କୃଷି ଓ ବୈଷୟିକ ଷ୍ଟେଟ୍ ବିଶ୍ବବିଦ୍ୟାଳୟରେ ୪୦ ମିନିଟ ଭାଷଣ ଦେବା ପରେ ବାଇଡେନ୍ ଡାହାଣକୁ ବୁଲିପଡ଼ି ହାତ ବଢ଼ାଇ କାହା ସହ କରମର୍ଦ୍ଦନ କରିବା ପରି ଭଙ୍ଗୀ କଲେ। କିନ୍ତୁ ଷ୍ଟେଜ୍ ଉପରେ ଆଉ କେହି ନ ଥିଲେ କିମ୍ବା ଦର୍ଶକଙ୍କ ଭିତରୁ କେହି ତାଙ୍କ ପାଖକୁ ଯାଇ ନ ଥିଲେ। ହଜାର ହଜାର ଦର୍ଶକ ଏହା ଦେଖି ବିସ୍ମିତ ହୋଇଯାଇଥିଲେ।

ରାଷ୍ଟ୍ରପତିଙ୍କ ଏପରି ବ୍ୟବହାରକୁ ବିରୋଧୀ ସାଂସଦମାନେ ସମାଲୋଚନା କରିଛନ୍ତି। ତେବେ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଭିଡିଓକୁ ଅନୁଧ୍ୟାନ କରିବା ପରେ ଅନେକ ମତ ଦେଇଛନ୍ତି ଯେ ବାଇଡେନ୍‌ ତାଙ୍କ ପାର୍ଶ୍ବରେ ଛିଡ଼ା ହେଇ ତାଳି ମାରୁଥିବ ଲୋକଙ୍କ ପାଇଁ ତାହା ଏକ ଧନ୍ୟବାଦ ସଙ୍କେତ ଥିଲା। ତେବେ ଆଉ ଏକ ବିଡ଼ମ୍ବନାର ବିଷୟ ହେଉଛି ଯେ ବାଇଡେନ୍ ତାଙ୍କର ଉଦ୍‌ବୋଧନ ସମୟରେ କହିଥିଲେ, ସେ ପେନସିଲଭାନିଆ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣକାଳୀନ ପ୍ରଫେସର ଥିଲେ, ଯାହା କି ସତ୍ୟ ନୁହେଁ। ଉକ୍ତ ବିଶ୍ବବିଦ୍ୟାଳୟରେ ସେ ଦିନଟିଏ ମଧ୍ୟ ଅଧ୍ୟାପନା କରିନାହାନ୍ତି। ବାଇଡେନ୍‌ଙ୍କ ଏପରି ବ୍ୟବହାରକୁ ଦେଖି ଅନେକେ ଆଶଙ୍କା କରୁଛନ୍ତି ଯେ ଆମେରିକାର ଏହି ସବୁଠାରୁ ବୟସ୍କ ରାଷ୍ଟ୍ରପତିଙ୍କର ମତିଭ୍ରମ ହେଲାଣି ଏବଂ ଏତେବଡ଼ ‌ପଦଭାର ସମ୍ଭାଳିବା ପାଇଁ ସେ ଆଉ ଯୋଗ୍ୟ ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe