ରେଳ ମନ୍ତ୍ରାଳୟ ରଦ୍ଦ କରିଥିବା ୭୨ ହଜାର ପଦବୀରେ ଯୁବପିଢିଙ୍କୁ ନିଯୁକ୍ତି ମିଳୁ

ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ

ରେଳ ମନ୍ତ୍ରାଳୟ ରଦ୍ଦ କରିଥିବା ୭୨ ହଜାର ପଦବୀରେ ଯୁବପିଢିଙ୍କୁ ନିଯୁକ୍ତି ମିଳୁ

photo-zee business

ନୂଆଦିଲ୍ଲୀ: ସିପିଆଇ-ଏମ ରାଜ୍ୟସଭା ସାଂସଦ ଡକ୍ଟର ଭି.ଶିବଦାସନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ତାଙ୍କୁ ରେଳବାଇ ରଦ୍ଦ କରିଥିବା ୭୨ ହଜାର ପଦବୀରେ  ଆଶାୟୀ ଯୁବପିଢିଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ରେଳବାଇ ୭୨ ହଜାରରୁ ଅଧିକ ପଦବୀକୁ ରଦ୍ଦ କରିଦେଇଛି। ଅଫିସିଆଲ୍ ରେକର୍ଡ ଅନୁଯାୟୀ, ଏହି ପୋଷ୍ଟଗୁଡିକ ମଧ୍ୟରୁ ଅଧିକାଂଶ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡିର ହୋଇଥିବାବେଳେ ବର୍ତ୍ତମାନର ଆଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଏହି ପୋଷ୍ଟଗୁଡିକ ଅନାବଶ୍ୟକ ହୋଇଯାଇଛି। ରେକର୍ଡରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଉପରୋକ୍ତ ପୋଷ୍ଟଗୁଡିକରେ ଭବିଷ୍ୟତରେ ନିଯୁକ୍ତି ଦିଆଯିବ ନାହିଁ |

ରେଳ ବିଭାଗରେ ରଦ୍ଦ କରାଯାଇଥିବା ପଦବୀକୁ ପୁନଃସଂସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ 'ମୁଁ ଭାରତୀୟ ରେଳବାଇରେ ଚାକିରି ପାଇଁ ଆଶାୟୀ ଥିବା ଯୁବପିଢିଙ୍କ ସଙ୍କଟ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।’

ସମ୍ପ୍ରତି ରିପୋର୍ଟରୁ ଜଣାପଡିଛି ଯେ ଦେଶର ସର୍ବବୃହତ ନିଯୁକ୍ତିଦାତା ରେଳବାଇ  ୨୦୧୫-୧୬ ରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏତେ ସଂଖ୍ୟାରେ ପଦବୀ ରଦ୍ଦ କରିଦେବା ଆଶାୟୀଙ୍କ କଷ୍ଟ ଜନିତ କ୍ଷତରେ ଲୁଣ ଛିଞ୍ଚିବା ପରି ହେବ | ତେଣୁ ରେଲ ବିଭାଗ ଚାକିରି ଆଶାୟୀଙ୍କ ଅସୁବିଧାକୁ ବିଚାର କରନ୍ତୁ ଏବଂ ରଦ୍ଦ କରିଥିବା ପଦକୁ ପୁନଃସ୍ଥାପିତ କରିବାକୁ ଧ୍ୟାନ ଦିଅନ୍ତୁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe