ବିନା ସୁପାରିଶରେ ମିଳିବ ଚାକିରି, ସାମସଙ୍ଗ ସହ ୟାମାହା ଭଳି କମ୍ପାନୀରେ ଅଛି ନିଯୁକ୍ତି ସୁଯୋଗ

Advertisment
ଅଗଷ୍ଟରେ ପୁଣି ନିଯୁକ୍ତି କମିଲା

palpalnewshub

ନୋଏଡା: ଦେଶରେ ଏବେ ବେକାରୀ ସମସ୍ୟା ଦିନକୁ ଦିନ ବଢୁଥିବାବେଳେ କରୋନା ପରେ ଅଧିକାଂଶ ପିଲା ଏବେ ବେକାର ହୋଇ ଘରେ ବସିଛନ୍ତି | ତେବେ ଯଦି ଆପଣ କୌଣସି ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ଦିଲ୍ଲୀ ନିକଟସ୍ଥ ନୋଏଡାଠାରେ ଖୁବ ଶୀଘ୍ର ଏକ ତିନି ଦିନିଆ ଚାକିରି ମେଳା ଆୟୋଜନ ହେବାକୁ ଯାଉଛି, ଯେଉଁଥିରେ ଅନେକ ବଡ଼ ଏବଂ ଜଣାଶୁଣା କମ୍ପାନୀ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି |

ଏହି ନିଯୁକ୍ତି ମେଳାରେ ଯୋଗ ଦେଇ ବେରୋଜଗାର ଯୁବକମାନେ ବିନା ସୁପାରିଶରେ ଏକ ଭଲ ଚାକିରି ପାଇପାରିବେ | ଗୌତମବୁଦ୍ଧ ନଗରର ଜିଲ୍ଲା ସୂଚନା ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୮, ମାର୍ଚ୍ଚ ୨୪ ଓ ମାର୍ଚ୍ଚ ୩୧ରେ ନୋଏଡାର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଉଛି | ଆଇଟିଆଇ, ଦଶମ, ଦ୍ୱାଦଶ, ଡିପ୍ଲୋମା ପାସ କରିଥିବା ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ମେଳାରେ ଭାଗ ନେଇପାରିବେ ବୋଲି ସେ କହିଥିବାବେଳେ ଏଥିରେ ଅଂଶଗ୍ରହଣ କରିବାକୁ ଚାଁହୁଥିବା ପ୍ରାର୍ଥୀମାନେ ସେମାନଙ୍କର ମୂଳ ପ୍ରମାଣପତ୍ର ଏବଂ ଫଟୋ ସହିତ ସକାଳ ୧୦ ଟାରୁ ୫ଟା ମଧ୍ୟରେ ଭାଗ ନେଇପାରିବେ |

ଏହି ନିଯୁକ୍ତି ମେଳାରେ ଏଲକମ୍ପୋନିକ୍ସ ଏସିଡି ଇଣ୍ଡିଆ ଲିମିଟେଡ୍, ୟାମାହା ଇଣ୍ଡିଆ ଲିମିଟେଡ୍, ସାଇସକମ୍ କର୍ପୋରେସନ୍, ଏୟାର ଭିଜନ୍ ଇଣ୍ଡିଆ ଲିମିଟେଡ୍, ସାମସଙ୍ଗ ଇଣ୍ଡିଆ ଲିମିଟେଡ୍, ଡିକ୍ସନ୍ ଲିମିଟେଡ୍, ନୋଭାଲକୋ ଲିମିଟେଡ୍, ଡେନସୋ ଇଣ୍ଡିଆ ଲିମିଟେଡ୍, ମିଣ୍ଡା ଗ୍ରୁପ୍ ଇତ୍ୟାଦି ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe