Image Courtesy of Hindustan Times
ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ଚାଲେଞ୍ଜ୍ କରିବାକୁ ଜୋ’ ବାଇଡେନ୍ ଡେମୋକ୍ରାଟିକ୍ ପାର୍ଟିର ମନୋନୟନକୁ ଗ୍ରହଣ କରିବା ସହ ଗୁରୁବାର ଦିନ ଆମେରିକାବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ସେମାନେ ନୂତନ ଜାତୀୟ ନେତୃତ୍ବକୁ ସପକ୍ଷରେ ଭୋଟ୍ ଦିଅନ୍ତୁ। ଫଳରେ ଆମେରିକାରେ ଉପୁଜି ଥିବା ରାଜନୈତିକ ବିଭାଜନର ବିଲୟ ଘଟିବ।
କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଗତରାତିରେ ବାଇଡେନ୍ ଡେମୋକ୍ରାଟିକ୍ ନ୍ୟାସ୍ନାଲ୍ କନ୍ଭେନ୍ସନ୍ ଭର୍ଚ୍ୟୁଆଲ୍ ଅଭିଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କର ବକ୍ତବ୍ୟ କହିବା ବେଳେ ଡେଲାୱେର୍ର ୱିଲ୍ମିଙ୍ଗ୍ଟନ୍ସ୍ଥିତ ଚେସ୍ ସେଣ୍ଟର୍ ପ୍ରକୋଷ୍ଠଟି ପ୍ରାୟ ଫାଙ୍କା ଦିଶୁଥିଲା। ତାଙ୍କର ସମର୍ଥକମାନେ ପାର୍କିଙ୍ଗ୍ସ୍ଥଳରେ ରଖିଥିବା ନିଜ ନିଜ ଗାଡ଼ିରେ ବସି ସେଠାରେ ଲାଗିଥିବା ବଡ଼ ବଡ଼ ସ୍କ୍ରିନ୍ରେ ଏହି କାର୍ଯ୍ୟକ୍ରମ ଦେଖିଥିଲେ।
Image Courtesy of Rediff.comନିଜର ଅର୍ଦ୍ଧ ଶତାବ୍ଦୀର ରାଜନୈତିକ ଜୀବନରେ ବାଇଡେନ୍ଙ୍କର ଏହି ଭାଷଣ ଥିଲା ସବୁଠୁ ଗୁରୁତ୍ବପୂର୍ଣ୍ଣ। ସେ କହିଲେ କି, ଟ୍ରମ୍ପ୍ ଆମେରିକାକୁ ଦୀର୍ଘ କାଳ ଧରି ଅନ୍ଧକାରରେ ଆବୃତ କରି ରଖିଛନ୍ତି। ମୁଁ ଆଲୋକର ମିତ୍ର ହେବି, ଅନ୍ଧକାରର ନୁହେଁ।
ଟ୍ରମ୍ପ୍ ସରବ୍ୟ ହୋଇଥିବା ତୀବ୍ର ସମାଲୋଚନା ସବୁକୁ ଏକତ୍ର ମିଶାଇବାକୁ ଡେମୋକ୍ରାଟ୍ମାନେ ତିନି ରାତି କଟାଇବା ସହ ସାରମର୍ମ ବାହାର କରି କହିଥିଲେ କି, ଟ୍ରମ୍ପ୍ ଜଣେ ଅପାରଗ ଏବଂ ଗଣତନ୍ତ୍ର ପ୍ରତି ବିପଦ। ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ, ୭୭ ବର୍ଷିୟ ବାଇଡେନ୍ଙ୍କର ମହାମାରୀ ଏବଂ ଅନ୍ୟାନ୍ୟ କଠିନ ସମସ୍ୟା ସବୁକୁ ମୁକାବିଲା କରିବାକୁ ଅନୁଭୂତି ଅଛି।
Follow Us