ଆମେରିକା ଓ ରୁଷ୍‌ ସୈନିକମାନେ ପରସ୍ପରକୁ ଗୁଳି ଚଳାଇଲେ ‘ବିଶ୍ବଯୁଦ୍ଧ’ ଲାଗିଯିବ: ଜୋ ବାଇଡେନ୍‌

Advertisment
ଆମେରିକା ଓ ରୁଷ୍‌ ସୈନିକମାନେ ପରସ୍ପରକୁ ଗୁଳି ଚଳାଇଲେ ‘ବିଶ୍ବଯୁଦ୍ଧ’ ଲାଗିଯିବ: ଜୋ ବାଇଡେନ୍‌

Image Courtesy of Zee News

ୱାସିଂଟନ୍: ରୁଷ୍‌ ଓ ଆମେରିକୀୟ ସେନା ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌ରେ ଥିବା ଆମେରିକୀୟମାନଙ୍କୁ କହିଛନ୍ତି କି, ସେମାନେ ଯଥାଶୀଘ୍ର ସେଠାରୁ ଚାଲି ଆସନ୍ତୁ।

ଗଣମାଧ୍ୟମ ‘ଏନ୍‌ବିସି’ ସହ ସାକ୍ଷାତ୍‌କାର ସମୟରେ ତାଙ୍କୁ ପଚରା ଯାଇଥିଲା ଯେ, ୟୁକ୍ରେନ୍‌ରେ ଥିବା ଆମେରିକୀୟମାନଙ୍କୁ ସ୍ଥାନାନ୍ତର କରିବା ଲାଗି ସୈନ୍ୟ ପ୍ରେରଣ କରାଯିବ କି? ସେ କହିଛନ୍ତି, ନା, ପଠାଯିବ ନାହିଁ। ଯଦି ଆମେରିକା ଓ ରୁଷ୍‌ ସୈନିକମାନେ ପରସ୍ପର ପ୍ରତି ଗୁଳି ଚଳାଇବେ ‘ବିଶ୍ବଯୁଦ୍ଧ’ ଲାଗିଯିବ।

publive-image Image Courtesy of Mint

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବିଶ୍ବର ଅନ୍ୟତମ ବୃହତ୍‌ ସୈନ୍ୟବାହିନୀର ମୁକାବିଲା କରୁଛୁ। ଏହା ଅତ୍ୟନ୍ତ ଭିନ୍ନ ପରିସ୍ଥିତି। କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଯାଇପାରେ।

ଏହା ବ୍ୟତିରେକେ, ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ମଧ୍ୟ ଜାରି କରିଥିବା ନୂଆ ‘ଆଡ୍‌ଭାଇଜରି’ରେ ୟୁକ୍ରେନ୍‌ରେ ବାସ କରୁଥିବା ଆମେରିକୀୟମାନଙ୍କୁ ସେଠାରୁ ଚାଲି ଆସିବାକୁ ଅନୁରୋଧ କରି କହିଛି ଯେ, ରୁଷୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ କୋଭିଡ୍‌-୧୯ ବିପଦ ବୃଦ୍ଧି ପାଉଥିବାରୁ ୟୁକ୍ରେନ୍‌କୁ ଯାଆନ୍ତୁ ନାହିଁ। ସମ୍ପ୍ରତି ଯେଉଁମାନେ ୟୁକ୍ରେନ୍‌ରେ ଅଛନ୍ତି, ସେମାନେ ବ୍ୟାବସାୟିକ ଅଥବା ଘରୋଇ ପରିବହନ ମାଧ୍ୟମରେ ସେଠାରୁ ଚାଲି ଆସନ୍ତୁ। ଯଦି ୟୁକ୍ରେନ୍‌ରେ ରହିବେ, ତେବେ ଅପରାଧିକ କାର୍ଯ୍ୟକଳାପ, ସାଧାରଣ ଜନତାଙ୍କ ଅସ୍ଥିରତା ଏବଂ ସମ୍ଭାବ୍ୟ ରୁଷୀୟ ଆକ୍ରମଣ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ୟୁକ୍ରେନ୍‌ର କେତେକ ଅଞ୍ଚଳରେ ବିପଦ ବଢ଼ିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe