ଆଜି ୭୮ତମ ଜନ୍ମଦିନ ପାଳୁଛନ୍ତି ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ୍‌

Advertisment
ଆଜି ୭୮ତମ ଜନ୍ମଦିନ ପାଳୁଛନ୍ତି ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ୍‌

Image Courtesy of Zee News

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଆଜି ୭୮ ବର୍ଷରେ ପଦାର୍ପଣ କରୁଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ହେବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି।

୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବାକୁ ଥିବା ବାଇଡେନ୍‌ ଦେଶର ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଥିବା ରୋନାଲ୍‌ଡ୍‌ ରିଗାନ୍‌ ରେକର୍ଡ ଭାଙ୍ଗିବେ। ୧୯୮୯ରେ ହ୍ଵାଇଟ୍‌ ହାଉସ୍‌ ଛାଡ଼ିବା ବେଳେ ରିଗାନ୍‌ଙ୍କୁ ହୋଇଥିଲା ୭୭ ବର୍ଷ ୩୪୯ ଦିନ।

publive-image Image Courtesy of Deccan Herald

ଉଭୟ ଜୋ ବାଇଡେନ୍‌ ଏବଂ ତାଙ୍କ ଠାରୁ ୪ ବର୍ଷ ସାନ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବୟସ ଓ ସ୍ୱାସ୍ଥ୍ୟ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ କଳ୍ପନାଜଳ୍ପନା ଚାଲିଥିଲା।

ଯଦି ନିର୍ବାଚିତ ହୁଅନ୍ତି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ବିବରଣୀ ଗୁପ୍ତ ରଖିବେ ନାହିଁ ବୋଲି ‘ସିଏନ୍‌ଏନ୍‌’ ସହ ସାକ୍ଷାତ୍‌କାରରେ ବାଇଡେନ୍‌ ପ୍ରତିଶ୍ରୁତି ଦେଇଥିଲେ।
ଗତ ଡିସେମ୍ବର ମାସରେ ବାଇଡେନ୍‌ଙ୍କ ପ୍ରଚାର ଅଭିଯାନ ତାଙ୍କ ମେଡିକାଲ୍‌ ରିପୋର୍ଟ ରିଲିଜ୍‌ କରିଥିଲା। ବାଇଡେନ୍‌ଙ୍କ ଚିକିତ୍ସକ ଡାକ୍ତର କେଭିନ୍‌ ଓ’କର୍ଣ୍ଣର୍‌ ସେଥିରେ ଲେଖିଥିଲେ, ବାଇଡେନ୍‌ ସୁସ୍ଥ ଏବଂ ଶୌର୍ଯ୍ୟବନ୍ତ। ରାଷ୍ଟ୍ରପତି କାର୍ଯ୍ୟ ସମ୍ପାଦନ ପାଇଁ ସେ ସମ୍ପୂର୍ଣ୍ଣ ଉପଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe