ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା କଥା ହୃଦ୍‌ବୋଧ ହେବା ପରେ ପୁଟିନ୍‌ଙ୍କୁ ପୁଣି ଚେତାବନୀ ଦେଲେ ବାଇଡେନ୍‌

ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବା କଥା ହୃଦ୍‌ବୋଧ ହେବା ପରେ ପୁଟିନ୍‌ଙ୍କୁ ପୁଣି ଚେତାବନୀ ଦେଲେ ବାଇଡେନ୍‌

Image Courtesy of Zee News

ନୂଆଦିଲ୍ଲୀ: ଅଳ୍ପ ଦିନ ମଧ୍ୟରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିବ ବୋଲି ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନର୍ବାର କହିବା ସହ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ସତର୍କ କରାଇଛନ୍ତି କହିଛନ୍ତି ଯେ, ଏହି ପ୍ରଳଙ୍କରୀ ଓ ଅଯଥା ରାଜନୈତିକ ତଥା ଆନ୍ତର୍ଜାତିକ ସମ୍ପର୍କଭିତ୍ତିକ ଯୁଦ୍ଧ ପାଇଁ ସେ ଉତ୍ତରଦାୟୀ ରହିବେ।

ସାମ୍ପ୍ରତିକ ରୁଷୀୟ-ୟୁକ୍ରେନ୍‌ ପରିସ୍ଥିତି ସଂକ୍ରାନ୍ତରେ କହିବା ବେଳେ ବାଇଡେନ୍‌ କହିଲେ, ରୁଷ୍‌ର ଯୋଜନା ବିଷୟରେ ଆମେ ଅନବରତ ଥରକୁ ଥର କହି ଆସୁଛୁ। ଆମ କହିବାର ଅର୍ଥ ନୁହେଁ ଯେ, ଆମେ ଯୁଦ୍ଧ ଚାହୁଁ। ବରଂ ଆମ ସାଧ୍ୟ ମତେ ଯୁଦ୍ଧ ଏଡ଼ାଇବାକୁ ଚାହୁଁଛୁ। ଏହାଛଡ଼ା, ଯୁଦ୍ଧରୁ ବିରତ ରହି ୟୁକ୍ରେନ୍‌ ଆକ୍ରମଣ କରିବାର ଯଥାର୍ଥତା ପ୍ରତିପାଦନ ପାଇଁ ରୁଷ୍‌କୁ କହୁଛୁ।

publive-image Image Courtesy of WGN-TV

ବାଇଡେନ୍‌ଙ୍କ ଭାଷାରେ, ଆପଣମାନେ ଜାଣନ୍ତି, ଆସନ୍ତା ସପ୍ତାହରେ ଅଳ୍ପ ଦିନ ଭିତରେ ରୁଷ୍‌ ସେନା ୟୁକ୍ରେନ୍‌ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ବୋଲି ବିଶ୍ବାସ କରିବାର କାରଣ ଅଛି। ଆମର ମନେହୁଏ, ସେମାନେ ୨.୮ ନିୟୁତ ନିରୀହ ଜନସାଧାରଣ ବାସ କରୁଥିବା ୟୁକ୍ରେନ୍‌ର ରାଜଧାନୀ କିଇଭ୍‌ ଉପରେ ଆକ୍ରମଣ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ଆକ୍ରମଣ କରିବା ଲାଗି ପୁଟିନ୍‌ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋର ହୃଦ୍‌ବୋଧ ହୋଇଛି ଯେ, ସେ ନିଶ୍ଚୟ ସିଦ୍ଧାନ୍ତ ନେଇସାରିଛନ୍ତି। ଏବେ ରୁଷ୍‌ ସୈନିକମାନେ ବେଲାରୁଷ୍‌ରୁ ଆରମ୍ଭ କରି ୟୁକ୍ରେନ୍‌କୁ ଲାଗିଥିବା ରୁଷ୍‌ ସୀମାନ୍ତ ଏବଂ ଦକ୍ଷିଣରେ କୃଷ୍ଣସାଗର ପର୍ଯ୍ୟନ୍ତ ଏବଂ ସବୁ ସୀମାନ୍ତ ପଟୁ ୟୁକ୍ରେନ୍‌କୁ ଘେରି ରହିଛନ୍ତି। ମୁଁ ପୁଣି ଥରେ କହୁଛି: ରୁଷ୍‌ କୂଟନୀତି ଅବଲମ୍ବନ କରୁ। ସୈନ୍ୟ ଅପସାରଣ କରି ସନ୍ଧି କରିବା ଏବେ ମଧ୍ୟ ଅସମ୍ଭବ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe