ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଗଲା କରୋନା ଟିକା

Advertisment
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଗଲା କରୋନା ଟିକା

ନ୍ୟୁୟର୍କ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା ଦିଆଯାଇଛି। ୭୮ ବର୍ଷୀୟ ବିଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାବେଳେ ତାଙ୍କୁ କରୋନା ଟିକାର ପ୍ରଥମ ମାତ୍ରା ଦିଆଯାଇଛି। ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଟୀକାକରଣ କରାଯାଇଥିଲା। ଏହି ଅବସରରେ ବିଡେନ ବୈଜ୍ଞାନିକ,ସ୍ୱାସ୍ଥ୍ୟକର୍ମୀ ସମେତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଫାଇଜର ଦ୍ୱାରା ବିକଶିତ କରୋନା ଟିକା ଦିଆଯାଇଥିଲା। ଆମେରିକାରେ ଫାଇଜରର କରୋନା ଟିକା ସରକାରୀ ଅନୁମୋଦନ ଲାଭ କରିଛି।

ଡେଲାୱେରର ଏକ ହସ୍ପିଟାଲର ଜଣେ ନର୍ସ ସୋମବାର ଅପରାହ୍ନରେ ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଫାଇଜର ଏବଂ ବାୟୋଟେକ୍ ଦ୍ୱାରା ବିକଶିତ ଟିକା ଦେଇଛନ୍ତି । ଜନସାଧାରଣଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଡେନ ଲାଇଭ ଟିଭିରେ କରୋନା ଟିକା ଡୋଜ ନେଇଥିଲେ। ଏହି ସମୟରେ ବିଡେନ କହିଛନ୍ତି, 'ଚିନ୍ତା କରିବାର କିଛି ନାହିଁ। ଏହି ଟିକା ବର୍ତ୍ତମାନ ଉପଲବ୍ଧ ଏବଂ ମୁଁ ସମସ୍ତଙ୍କୁ ଏହି ଟିକା ନେବାକୁ ଅନୁରୋଧ କରୁଛି '।


ଜାନୁଆରୀରୁ ଆମେରିକାର ସାଧାରଣ ଜନତାଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। କରୋନାର ପ୍ରଭାବ ବିଷୟରେ କହିବାକୁ ଗଲେ ସାରା ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୭୭,୧୭୨,୨୩୭ ରେ ପହଞ୍ଚିଛି। ଏହି ମହାମାରୀ ହେତୁ ଏପର୍ଯ୍ୟନ୍ତ ୧,୬୯୯,୬୪୪ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe