ଡୋନାଲ୍ଡ୍ ଟ୍ରମ୍ପ୍‌ଙ୍କୁ ପରାସ୍ତ କଲେ ଜୋ ବାଇଡେନ୍

ଆମେରିକାକୁ କେମିତି ବାଗେଇବେ ବାଇଡେନ୍‌

Image Courtesy of Hindustan Times

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଶନିବାର ଦିନ ଜୋ ବାଇଡେନ୍ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ବିଜୟ ହାସଲ କରିଥିବା ବାଇଡେନ୍‌ ହେବେ ଯୁକ୍ତରାଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି। ପେନ୍‌ସିଲ୍‌ଭାନିଆରେ ଜିଣିବା ପରେ ବାଇଡେନ୍‌ ୨୭୦ ଇଲେକ୍ଟୋରାଲ୍‌ କଲେଜ୍‌ ଭୋଟ୍‌ ଅତିକ୍ରମ କରିଥିଲେ।

ସମ୍ପ୍ରତି ‘ରାଷ୍ଟ୍ରପତି-ନିର୍ବାଚିତ’ ‌ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ଟୁଇଟ୍‌ କରି ଲେଖିଛନ୍ତି: ଆମେରିକାବାସୀ, ଆମର ମହାନ୍‌ ଦେଶର ନେତୃତ୍ବ ନେବା ଲାଗି ଆପଣମାନେ ମୋତେ ଚୟନ କରିଥିବାରୁ ମୁଁ ସମ୍ମାନିତ। ଆମ ଆଗରେ ଥିବା କାମ କଠିନ ହେଲେ ବି ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି: ଆପଣମାନେ ମୋତେ ଭୋଟ୍‌ ଦେଇ ଥାଆନ୍ତୁ କି, ନ ଦେଇ ଥାଆନ୍ତୁ- ମୁଁ ସମସ୍ତ ଆମେରିକୀୟଙ୍କର ରାଷ୍ଟ୍ରପତି ହେବି। ମୋ ଉପରେ ଆପଣମାନଙ୍କର ବିଶ୍ବାସକୁ ଅତୁଟ ରଖିବି।

publive-image Image Courtesy of USA Today

ବାଇଡେନ୍‌ଙ୍କ ବିଜୟ ସହ ଦକ୍ଷିଣ ଏସୀୟ ତଥା ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ କୃଷ୍ଣକାୟ ଉପରାଷ୍ଟ୍ରପତି-ନିର୍ବାଚିତ ଘୋଷିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe