Image Courtesy of Zee News
ନୂଆଦିଲ୍ଲୀ: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହ ଉଦ୍ଘାଟିତ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପରିବାର ହ୍ଵାଇଟ୍ ହାଉସ୍ ବାହାରେ ଅଟକି ରହିଥିଲେ।
ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରଶାସନର ଅନ୍ତିମ କାର୍ଯ୍ୟ ଯୋଗୁଁ ନୂଆ ରାଷ୍ଟ୍ରପତି ଏବଂ ଫାଷ୍ଟ୍ ଲେଡିଙ୍କୁ କିଛି କ୍ଷଣ ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।
ଖବର ନେବାରୁ ଜଣାପଡ଼ିଲା ଯେ, ଟ୍ରମ୍ପ୍ ଓ୍ଵାସିଂଟନ୍ ଡିସି ଛାଡ଼ିବାରୁ ହ୍ଵାଇଟ୍ ହାଉସ୍ର ତତ୍ତ୍ୱାବଧାରମାନଙ୍କୁ ମଧ୍ୟ ସେମାନଙ୍କ ଘରକୁ ବିଦା କରି ଦିଆଯାଇଥିଲା। ଫଳରେ ଏଭଳି ଗୋଳମାଳିଆ ପରିସ୍ଥିତି ଉପଜିଲା ଯେ, ହ୍ଵାଇଟ୍ ହାଉସ୍ରେ ପହଞ୍ଚିଥିବା ବାଇଡେନ୍ ପରିବାରକୁ ପାଛୋଟି ନେବାକୁ ସେଠାରେ କେହି ଉପସ୍ଥିତ ନ ଥିଲେ। ପରିସ୍ଥିତି ମାତ୍ର ୧୦ ସେକେଣ୍ଡ୍ ପାଇଁ ହୋଇଥିଲେ ମଧ୍ୟ ଘଟଣାଟି ସମସ୍ତଙ୍କ ନଜରରେ ପଡ଼ିଥିଲା।
Image Courtesy of New York Magazineଟ୍ରମ୍ପ୍ଙ୍କର ଏତାଦୃଶ ଆଚରଣକୁ କେତେକ ଗଣମାଧ୍ୟମ ସମାଲୋଚନା କରିବା ସହ ଏହାକୁ ଟ୍ରମ୍ପ୍ଙ୍କ ‘ଅନ୍ତିମ ଇତର’ କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି। କିନ୍ତୁ, ବାଇଡେନ୍ଙ୍କୁ ଦ୍ୱାରଦେଶରୁ ପାଛୋଟି ନେବାରେ ବିଳମ୍ବ ହେବାର କାରଣ କ’ଣ ହୋଇପାରେ ତାହା ଔପଚାରିକ ଭାବେ ସ୍ପଷ୍ଟ କରାଯାଇ ନାହିଁ।
ଆହୁରି ମଧ୍ୟ ଜଣାପଡ଼ିଛି ଯେ, ‘ନୂତନ ପ୍ରଥମ ପରିବାର’ଙ୍କୁ (ବାଇଡେନ୍ ପରିବାର) ସ୍ୱାଗତ କରିବାକୁ ନିର୍ଦ୍ଧାରିତ ହୋଇଥିବା ହ୍ଵାଇଟ୍ ହାଉସ୍ର ମୁଖ୍ୟ ସେବକ ଟିମୋଥି ହାର୍ଲେଥ୍ଙ୍କୁ ଉଦ୍ଘାଟନୀ ଉତ୍ସବର ମାତ୍ର ୫ ଘଣ୍ଟା ପୂର୍ବରୁ ହଠାତ୍ ବହିଷ୍କାର କରାଯାଇଥିଲା।
ହ୍ଵାଇଟ୍ ହାଉସ୍ର ପରିଚାଳନା ଭାର ମୁଖ୍ୟ ସେବକଙ୍କ ଦାୟିତ୍ୱରେ ଥାଏ। ନିର୍ମାଣ, ମରାମତି, ନବିକରଣ, ଖାଦ୍ୟ ତଥା ପ୍ରଶାସନିକ, ଆର୍ଥିକ ଏବଂ କର୍ମଚାରୀଙ୍କ କାର୍ଯ୍ୟକଳାପ ତଦାରଖ ଭାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ଥାଏ
Follow Us