‘ନିରବତା ହିଁ ଅପକର୍ମରେ ସହଯୋଗିତା’ କହି ‘କୋଭିଡ୍‌-୧୯ ହେଟ୍‌ କ୍ରାଇମ୍‌’ ବିଲ୍‌ରେ ସ୍ବାକ୍ଷର କଲେ ଜୋ ବାଇଡେନ୍‌

Advertisment
‘ନିରବତା ହିଁ ଅପକର୍ମରେ ସହଯୋଗିତା’ କହି ‘କୋଭିଡ୍‌-୧୯ ହେଟ୍‌ କ୍ରାଇମ୍‌’ ବିଲ୍‌ରେ ସ୍ବାକ୍ଷର କଲେ ଜୋ ବାଇଡେନ୍‌

ୱାସିଂଟନ୍‌: ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ‘କୋଭିଡ୍‌-୧୯ ହେଟ୍‌ କ୍ରାଇମ୍‌’ (ବିଦ୍ବେଷାତ୍ମକ ଅପରାଧ) ବିଧେୟକରେ ସ୍ବାକ୍ଷର କରିବା ପରେ ତାହା ଆଇନରେ ପରିଣତ ହୋଇଛି। କରୋନାଭାଇସର୍‌ ମହାମାରୀ ବ୍ୟାପିବା ପରେ ପରେ ଏସୀୟ-ଆମେରିକୀୟମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିହତ କରିବା ଲାଗି କଂଗ୍ରେସରେ ଏହି ବିଲ୍‌ ଆଗତ ହୋଇଥିଲା ଏବଂ ଦଳମତ ନିର୍ବିଶେଷରେ ବିପୁଳ ସମର୍ଥନ ପାଇ ପାରିତ ହୋଇଛି।

ଏହି ଅବସରରେ ସାଂସଦମାନଙ୍କୁ ରାଷ୍ଟ୍ରପତି ବାଇଡେନ୍‌ କହିଲେ, ନିରବତା ହେଉଛି ଅପକର୍ମରେ ସହଯୋଗିତା। ଆମେ ପାଟି ଖୋଲିବା। ଆମେ କାମ କରିବା। ତାହାହିଁ ଆପଣମାନେ କରିଛନ୍ତି। କିନ୍ତୁ, ସେଥିପାଇଁ ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି ଊଣା ପଡୁଛି। ଆଜି ମୁଁ ଗର୍ବିତ।

publive-image Image Courtesy of Reuters

ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ ମାସରେ ‘ସିନେଟ୍‌’ରେ ୯୪-୧ ଭୋଟ୍‌ରେ ପାରିତ ହୋଇଥିବା ଉପରୋକ୍ତ ବିଧେୟକ ଚଳିତ ମାସ ପ୍ରାରମ୍ଭରେ ‘ପ୍ରତିନିଧି ସଭା’ରେ ୩୬୪-୬୨ ଭୋଟ୍‌ରେ ପାରିତ ହୋଇଥିଲା।

publive-image Image Courtesy of The Phuket News

ଗତବର୍ଷ ମହାମାରୀ ଆରମ୍ଭ ହେବା ସମୟରୁ ଏସୀୟ ଆମେରିକୀୟମାନଙ୍କ ଉପରେ ଆକ୍ରମଣ ହେଉଥିବା ସମ୍ବାଦ ମିଳିଥିଲା। ମହାମାରୀ ପାଇଁ ଚୀନ୍‌କୁ ଦାୟୀ କରିବା ସହ କରୋନାଭାଇରସ୍‌କୁ ‘କୁଙ୍ଗ୍‌ ଫ୍ଲୁ’ କହି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବିଭିନ୍ନ ମନ୍ତବ୍ୟ ଦେବାରୁ ଦେଶରେ ଏସୀୟ-ବିରୋଧୀ ଭାବାବେଗ ସୃଷ୍ଟି ହୋଇଥିବା କଥା ସାମାଜିକକର୍ମୀ ଓ ପୁଲିସ କହିଥିଲେ।

ଡେମୋକ୍ରେଟିକ୍‌ ସିନେଟର୍‌ ମେଜି ହିରୋନୋ ଏବଂ ଡେମୋ‌କ୍ରେଟିକ୍‌ ରିପ୍ରେଜେନ୍‌ଟେଟିଭ୍‌ ଗ୍ରେସ୍‌ ମେଙ୍ଗ୍‌ଙ୍କଦ୍ବାରା ପ୍ରାୟୋଜିତ ଏହି ବିଧେୟକରେ କୋଭିଡ୍‌-୧୯ ମହାମାରୀ ସମୟରେ ପୁଲିସକୁ ରିପୋର୍ଟ କରାଯାଇଥିବା ‘ହେଟ୍‌ କ୍ରାଇମ୍’ଗୁଡ଼ିକୁ ସମୀକ୍ଷା କରିବା ଲାଗି ବିଚାର ବିଭାର କର୍ମଚାରୀମାନଙ୍କୁ କ୍ଷମତା ପ୍ରଦାନ କରିଛି।

ଏହାଛଡ଼ା, ‌‘ହେଟ୍ କ୍ରାଇମ୍‌’ ରିପୋର୍ଟ କରିବା, ଜନସାଧାରଣଙ୍କୁ ସଚେତନ କରାଇବା ମହାମାରୀକୁ ବ୍ୟାଖ୍ୟା କରିବାକୁ ଯାଇ ବିଦ୍ବେଷାତ୍ମକ ଭାଷା ପ୍ରୟୋଗ ରୋକିବା ଆଦି ପ୍ରସଙ୍ଗରେ ମଧ୍ୟ ଏଇ ଆଇନ ପ୍ରାଦେଶିକ ଏବଂ ସ୍ଥାନୀୟ ଆଇନ ପ୍ରଣୟନ ଏଜେନ୍‌ସିଙ୍କୁ ଗାଇଡ୍‌ଲାଇନ୍‌ ବତାଇ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe