Image Courtesy of The Guardian Nigeria
ୱାସିଂଟନ୍: ୟୁକ୍ରେନ୍ ଯୁଦ୍ଧ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ବିଜୟମଣ୍ଡିତ କରିବ ନାହିଁ ବୋଲି ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ସେ କହିଛନ୍ତି, ପୁଟିନ୍ ଗୋଟାଏ ସହର ଦଖଲ କରିପାରନ୍ତି, କିନ୍ତୁ ସେ କଦାପି ସମଗ୍ର ୟୁକ୍ରେନ୍କୁ ସମ୍ଭାଳି ରଖିପାରିବେ ନାହିଁ।
ଟୁଇଟ୍ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଲେଖିଛନ୍ତି, ଏତିକି କଥା ସ୍ପଷ୍ଟ ହୋଇସାରିଛି: ୟୁକ୍ରେନ୍ ପୁଟିନ୍ଙ୍କୁ ବିଜୟମଣ୍ଡିତ କରିବ ନାହିଁ। ହୁଏତ ପୁଟିନ୍ ଗୋଟାଏ ନଗରୀ ଦଖଲ କରିପାରନ୍ତି, କିନ୍ତୁ ୟୁକ୍ରେନ୍କୁ ସମ୍ଭାଳି ପାରିବେ ନାହିଁ।
ଉପରୋକ୍ତ କଥା ଲେଖିବା ପୂର୍ବରୁ ମସ୍କୋର ୟୁକେନ୍ ଆକ୍ରମଣ ପ୍ରତି ପ୍ରତିବାଦ ଜଣାଇ ଯୁକ୍ତରାଷ୍ଟ୍ର ଆମେରିକା ଆମଦାନି କରୁଥିବା ରୁଷୀୟ ତୈଳ, ଗ୍ୟାସ୍ ଏବଂ ଶକ୍ତି ଉପରେ ନିଷେଧାଦେଶ ଘୋଷଣା କରିଥିଲେ। ସେ ଲେଖିଥିଲେ, ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦରଗୁଡ଼ିକରେ ଆଉ ରୁଷୀୟ ତୈଳ ଗ୍ରହଣ କରାଯିବ ନାହିଁ। ଆଉ ଆମେରିକାର ଜନସାଧାରଣ ପୁଟିନ୍ଙ୍କ ଯୁଦ୍ଧ ମେସିନ୍କୁ ଆଉ ଗୋଟାଏ ଶକ୍ତ ଧକ୍କା ଦେବେ।
Image Courtesy of NDTVବାଇଡେନ୍ କହିଛନ୍ତି, ଅର୍ଥନୀତି ଉପରେ ଦୀର୍ଘମିଆଦୀ ପ୍ରତିବାଦ କରିବା ପାଇଁ ଶକ୍ତି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ନିର୍ଭରଶୀଳନ ନ ହେବା ଉଚିତ ବୋଲି ସାମ୍ପ୍ରତିକ ସଙ୍କଟ ଉତ୍ତମରୂପେ ସ୍ମରଣ କରାଇଦେଉଛି। ଜୀବାଶ୍ମ ତୈଳକୁ ପୁଟିନଙ୍କ ଭଳି ସ୍ବେଚ୍ଛାଚାରୀମାନେ ଅସ୍ତ୍ର ରୂପେ ବ୍ୟବହାର କରିପାରିବେ ନାହିଁ ବୋଲି ମଧ୍ୟ ଏହା ପ୍ରତିପାଦନ କରୁଛି।
ତାଙ୍କ ଭାଷାରେ, ଏ ସଙ୍କଟ ହେଉଛି ଗୋଟାଏ ବିସ୍ମୟକର ସ୍ମରଣକାରକ: ଦୀର୍ଘ କାଳ ପାଇଁ ଆମ ଅର୍ଥନୀତିକୁ ସୁରକ୍ଷିତ ରଖିବା ଲାଗି ଶକ୍ତି କ୍ଷେତ୍ରରେ ଆମକୁ ସ୍ବାଧୀନ ହେବାକୁ ପଡ଼ିବ। ଭବିଷ୍ୟତରେ ‘କ୍ଲିନ୍ ଏନର୍ଜି’କୁ (ଅକ୍ଷୟଶକ୍ତି) ରୂପାନ୍ତରିତ ହେବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଏହି ସଙ୍କଟ ଆମକୁ ପ୍ରେରିତ କରିବା ଉଚିତ। ପରିବେଶୀୟ ନୀତି କୋହଳ କରିଦେଲେ ମୂଲ୍ୟ ହ୍ରାସ ପାଇବ ନାହିଁ। କିନ୍ତୁ, ‘କ୍ଲିନ୍ ଏନର୍ଜି’ ପ୍ରଦତ୍ତ ଶକ୍ତିରେ ଆମର ଅର୍ଥନୀତିକୁ ବିଜୁଳି ଚାଳିତ ଯାନବାହାନରେ ରୂପାନ୍ତରଣ କରିବାକୁ ପଡ଼ିବ। ଫଳରେ ଗ୍ୟାସ୍ ଦର ନେଇ କେହି ଚିନ୍ତିତ ହେବେ ନାହିଁ। ଅର୍ଥାତ୍ ପୁଟିନ୍ଙ୍କ ଭଳି ସ୍ବେଚ୍ଛାଚାରୀମାନେ ଜୀବାଶ୍ମ ତୈଳକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ସଫଳ ହେବେନାହିଁ।
ସୂଚନାଯୋଗ୍ୟ, ଆଜି ରୁଷ୍-ୟୁକ୍ରେନ୍ ଯୁଦ୍ଧ ୧୪ଶ ଦିନରେ ପ୍ରବେଶ କରିଥିବା ବେଳେ ସାଧାରଣ ନାଗରିକଙ୍କ ସ୍ଥାନାନ୍ତରଣ ପାଇଁ ରୁଷ୍ କେତେକ ସହରରେ ଯୁଦ୍ଧ ବିରତି ଘୋଷଣା କରିଛି।
Follow Us