ଚୀନ୍‌ କବଳରୁ ତାଇଓ୍ଵାନ୍‌କୁ ରକ୍ଷା କରିବା ଲାଗି ଆମେରିକା ପ୍ରତିବଦ୍ଧ: ଜୋ ବାଇଡେନ୍‌

Advertisment
ଚୀନ୍‌ କବଳରୁ ତାଇଓ୍ଵାନ୍‌କୁ ରକ୍ଷା କରିବା ଲାଗି ଆମେରିକା ପ୍ରତିବଦ୍ଧ: ଜୋ ବାଇଡେନ୍‌

Image Courtesy of NDTV

ବାଲ୍‌ଟିମୋର୍‌ (ଯୁକ୍ତରାଷ୍ଟ୍ର ଆମେରିକା): ଚୀନ୍‌ ତାଇଓ୍ଵାନ୍‌ ଆକ୍ରମଣ କଲେ ଯୁକ୍ତରାଷ୍ଟ୍ର ଆମେରିକା ତାକୁ ସୁରକ୍ଷା ଦେବ ବୋଲି ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଦ୍ୱୀପଦେଶ ତାଇଓ୍ଵାନ୍‌କୁ ଚୀନ୍‌ ତା’ର ବିଚ୍ଛିନ୍ନ ପ୍ରଦେଶ ବୋଲି ଦାବି କରି ଆସୁଛି।

ତାଇଓ୍ଵାନ୍‌କୁ ସୁରକ୍ଷା ଦେବା ପ୍ରସଙ୍ଗରେ ‘ସିଏନ୍‌ଏନ୍‌’ ଟାଉନ୍‌ ହଲ୍‌ରେ ପଚରା ଯିବାରୁ ବାଇଡେନ୍‌ କହିଲେ, ହଁ, ଆମେ ସେଥିପ୍ରତି ପ୍ରତିଶ୍ରୁତିବଦ୍ଧ।
କିନ୍ତୁ, ବାଇଡେନ୍‌ଙ୍କ ଏତାଦୃଶ ବିବୃତି ଯୁକ୍ତରାଷ୍ଟ୍ର ଆମେରିକାର ଦୀର୍ଘ ଦିନର ନୀତି ଭାବେ ଜଣାଶୁଣା ‘ଷ୍ଟ୍ରଟେଜିକ୍‌ ଆମ୍ବିଗ୍ୟୁଟି’ର ବିରୁଦ୍ଧାଚରଣ କରୁଛି। ଏହି ନୀତି ଅନୁସାରେ, ତାଇଓ୍ଵାନ୍‌ର ପ୍ରତିରକ୍ଷା ବ୍ୟବସ୍ଥା ଗଠନ କରିବାରେ ଓ୍ଵାସିଂଟନ୍‌ ସହାୟତା କରିବ, କିନ୍ତୁ ତାକୁ ସୁରକ୍ଷା ଦେବା ପାଇଁ ସୁସ୍ପଷ୍ଟ ପ୍ରତିଶ୍ରୁତି ଦେବା କଥା ଉଲ୍ଲେଖ ନାହିଁ।

publive-image Image Courtesy of Mint

ଅଗଷ୍ଟ ମାସରେ ‘ଏବିସି’ ସହ ସାକ୍ଷାତ୍‌କାର ସମୟରେ ମଧ୍ୟ ସେ ସମାନ ପ୍ରତିଶ୍ରୁତି ଦେଇଥିଲେ କହିଥିଲେ କି, ତାଇଓ୍ଵାନ୍‌ ସମେତ ପ୍ରମୁଖ ମିତ୍ର ରାଷ୍ଟ୍ରମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସବୁବେଳେ ସୁରକ୍ଷା ଯୋଗାଇ ଦେବ।

ବାଇଡେନ୍‌ କହିଥିଲେ, କାନଡା ଏବଂ ୟୁରୋପରେ ଥିବା ‘ନାଟୋ’ ମିତ୍ରରାଷ୍ଟ୍ରଙ୍କ ଭଳି ଜାପାନ, ଦକ୍ଷିଣ କୋରିଆ ଏବଂ ତାଇଓ୍ଵାନ୍‌କୁ ସୁରକ୍ଷା ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଜ୍ଞାବଦ୍ଧ।

ପରେ ହ୍ଵାଇଟ୍‌ ହାଉସ୍‌ ମଧ୍ୟ ସାମ୍ବାଦିକମାନଙ୍କୁ କହିଥିଲା ଯେ, ତାଇଓ୍ଵାନ୍‌ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ନୀତି ବଦଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe